ମାୟାବର୍ହା ହାଇସ୍କୁଲରେ ଓଡ଼ିଆ ପକ୍ଷ ପାଳିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହା ଠାରେ ପ୍ରଧାନ ଶିକ୍ଷକ ଦୀନବନ୍ଧୁ ପ୍ରଧାନଙ୍କ ସଭାପତିତ୍ୱରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ଆମ ଲୋକକଳା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ରାଜୁ ମେହେର ସଭା ସଂଯୋଜନା କରିଥିବା ବେଳେ ଛାତ୍ରୀ ଶ୍ରିମୟୀ ସେଠୀ ଓ ଦୀପ୍ତିଶିଖା ବାଗ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ମନୋଜ କୁମାର ପୂଜାରୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଓଡ଼ିଆ ଆମ କେବଳ ଭାଷା ନୁହେଁ ଏହା ଆମ ସଂସ୍କୃତି ବୋଲି ମତପ୍ରକାଶ କରିଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଆଭା ସାହୁ, ପ୍ରୀତି ପ୍ରଧାନ, ଆକାଶ ସାହୁ ନିଜ ନିଜ ବକ୍ତବ୍ୟ ରଖିଥିଲେ । ଓଡ଼ିଶାର ରୀତି, ପରମ୍ପରା, ସଂସ୍କୃତିର ପ୍ରତୀକ ରୂପେ ଛାତ୍ରୀ ଦିପ୍ତିଶିଖା, ପାୟଲ, ଆୟୁଷୀ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରିଥିଲେ । ଶେଷରେ ଶିକ୍ଷକ ଚିନ୍ମୟ ଦାସ ଧନ୍ୟବାଦ ପ୍ରଦାନ କରିଥିବା ବେଳେ ଶିକ୍ଷକ ନନ୍ଦିଘୋଷ ବାରିକ,ସଞ୍ଜୀବ ପୂଜାରୀ, କିରନ କୁମାର ପଟେଲ, ଲିପି ପ୍ରଧାନ, ବିଭୀଷଣ ଖମାରୀ, ସୂରଜ ଖମାରୀ ଓ ସମୀର କଠାର ସହଯୋଗ କରିଥିଲେ ।

Leave A Reply

Your email address will not be published.