oom

ଓଡିଆ ପକ୍ଷ ପାଳନ ଅବସରରେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ବଲାଙ୍ଗିରର ସଂସ୍କୃତି ଭବନ ଠାରେ କାର୍ଯ୍ୟକ୍ରମ ଆୟୋଜିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିବଂଗତ ବନ୍ଦନୀୟ ବରପୁତ୍ର ମାନଙ୍କର ସାରସ୍ୱତ କୃତି ଆମର ସମୃଦ୍ଧ ସାରସ୍ୱତ ପରଂପରାର ପରିଚୟ ସେମାନଙ୍କ ପ୍ରଦର୍ଶିତ ମାର୍ଗରେ ଆମେ ଓ ଆମର ଉତ୍ତରପିଢି ଆଗକୁ ବଢିଲେ ହିଁ ସେମାନଙ୍କ ପ୍ରତି ଆମର ରକ୍ତ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଛନ୍ତି ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ଉପସଭାପତି ତଥା କେନ୍ଦ୍ର ସାହିତ୍ୟ ଏକାଡ଼େମୀର ପୁରସ୍କାର ବିଜେତା ଗାଳ୍ପିକା ଗାୟତ୍ରୀ ସରାଫ । ଓଡିଆ ପକ୍ଷ ପାଳନ ଅବସରରେ ଓଡିଶା ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ଓଡିଶା ସାହିତ୍ୟତ୍ତ ଏକାଡେମୀର ଆୟୋଜନରେ ବଲାଙ୍ଗିର ସଂସ୍କୃତି ଭବନ ଠାରେ ଆୟୋଜିତ ବଲାଙ୍ଗିରର ବନ୍ଦନୀୟ ବରପୁତ୍ରଙ୍କ ସ୍ମୃତିଚାରଣ ଓ କବି ସମ୍ମିଳନୀ ଅବସରରେ ସେ ମୁଖ୍ୟଅତିଥି ଭାବରେ ଯୋଗଦେଇ ଏହି ବକ୍ତବ୍ୟ ପ୍ରଦାନ କରିଛନ୍ତି । ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଦସ୍ୟ ଡକ୍ଟର ପ୍ରହଲ୍ଲାଦ ଶତପଥୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଆରମ୍ଭରେ ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମୀରଞ୍ଜନ ମିଶ୍ର ସମସ୍ତଙ୍କୁ ସ୍ୱାଗତ କରିବା ସହ ମଂଚାସୀନ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ଓଡିଆ ପକ୍ଷର ବଲାଙ୍ଗିର ସଂଯୋଜକ ଡକ୍ଟର ସଂଜୟ କୁମାର ମିଶ୍ର, ଡକ୍ଟର ଗୋବର୍ଦ୍ଧନ ନାୟକ, ଅଧ୍ୟାପକ ସନ୍ଦୀପ କୁମାର କୁଅଁର, ସ୍ତମ୍ବକାର ତୁଳସୀରାମ ଜୈନ ମଂଚାସୀନ ହୋଇଥିଲେ । ବନ୍ଦନୀୟ ବରପୁତ୍ର କ୍ରମରେ ବଲାଙ୍ଗିରର ଦିବଂଗତ ସାରସ୍ୱତ ସାଧକ ସନ୍ଥ ଚୈତନ୍ୟ ଦାସ, ବେଦବିଦ୍ୱାନ ବ୍ରଜବିହାରୀ, ବିଧୁଭୂଷଣ ଗୁରୁ, ରାମପ୍ରସାଦ ପୁରୋହିତ, ସାମ୍ବାଦିକ ଗୌରବ ଶିବପ୍ରସାଦ ପାଣ୍ଡିଆ, ପ୍ରଫେସର ନାରାୟଣ ପୃଷେଠ, ଗାଳ୍ପିକ ଅଶୋକ କୁମାର ଚନ୍ଦନ, ସ୍ତମ୍ଭକାର ଗୋରା ମହାନ୍ତି, ଗାଳ୍ପିକ ଗଗନ ସ୍ୱାଇଁ, ଓ ଗାଳ୍ପିକ ମନୋଜ କୁମାର ପଣ୍ଡାଙ୍କ ସାରସ୍ୱତ କୃତି ଓ ପ୍ରତିଭା ସଂପର୍କରେ ଆଲୋକପାତ କରିଥିଲେ । ଡକ୍ଟର ଗୋବର୍ଦ୍ଧନ ନାୟକ, ଅଧ୍ୟାପକ ସନ୍ଦୀପ କୁମାର କୁଅଁର, ତୁଳସୀ ଜୈନ, ଡକ୍ଟର ସଂଜୟ କୁମାର ମିଶ୍ର, ସାମ୍ବାଦିକ ବୀରେନ୍ଦ୍ର କୁମାର ଝାଙ୍କର, ଶିକ୍ଷାବିତ ସନାତନ ଠାକୁର, ଗାଳ୍ପିକ ଆଶିଷ କୁମାର ଚନ୍ଦନ, ଡକ୍ଟର ପ୍ରେମଚାନ୍ଦ ମହାନ୍ତି, କବି ଭାଗୀରଥି ମିଶ୍ର ଓ କବି ଆନନ୍ଦ ଚନ୍ଦ୍ର ସାହୁ । ପରେ ପରେ ସନ୍ଦୀପ କୁମାର କୁଅଁରଙ୍କ ଆବାହକତ୍ୱରେ ଡକ୍ଟର ସଂଜୟ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଏକ କବିତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କବି ରାଜୀବ ଲୋଚନ ଆଚାର୍ଯ୍ୟ, କବି ରତ୍ନମୟ ତ୍ରିପାଠୀ ଓ କବୟତ୍ରୀ ସସ୍ମିତା ନେପାକଙ୍କ ମନୋଜ୍ଞ ସଂଯୋଜନାରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ନିମନ୍ତ୍ରିତ କବି କବୟତ୍ରୀ ମାନେ କବିତା ପାଠ କରିଥିଲେ ।

jittmm
Leave A Reply

Your email address will not be published.