‘ଓଏଏସ୍‌ଏମ୍‌ଇ ଆୱାର୍ଡ-୨୦୨୩’ ପାଇଲେ ଦେବଶ୍ରୀ ଟେଡର୍ସର ସତ୍ୱାଧିକାରିଣୀ ଶ୍ରୀମତୀ ଶୋଭନା ଗିରି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଏଏସ୍‌ଏମ୍‌ଇ ଆୱାର୍ଡ-୨୦୨୩ ପାଇଲେ ଦେବଶ୍ରୀ ଟେଡର୍ସର ସତ୍ୱାଧିକାରିଣୀ ଶ୍ରୀମତୀ ଶୋଭନା ଗିରି । ଓଡ଼ିଶା ଆସେମ୍‌ଲି ଅଫ୍‌ ସ୍ମଲ୍‌ ଏଣ୍ଡ ଏଣ୍ଟର୍‌ପ୍ରାଇଜେସ୍‌ ପକ୍ଷରୁ ଆଜି ଭୁବନେଶ୍ୱର ସ୍ଥିତ ଜୟଦେବ ଭବନରେ ୩୭ତମ ବାର୍ଷିକୋତ୍ସବ ନେସ୍‌ନାଲ୍‌ ଲେଭେଲ୍‌ କନ୍‌ଭେନ୍‌ସନ୍‌ ଏବଂ ଓଡ଼ିଶା ଏମ୍‌ଏସ୍‌ଏମ୍‌ଇ ମିଟ୍‌-୨୦୨୩ରେ ଓଡ଼ିଶାର ମହାମହିମ ରାଜ୍ୟପାଳ ଗଣେଶୀ ଲାଲ୍‌ଙ୍କ ଦ୍ୱାରା ପୁରସ୍କୁତ ହୋଇଛନ୍ତି ବଲାଙ୍ଗିରର ଜୟଶ୍ରୀ ପ୍ରିଣ୍ଟର୍ସ ତଥା ଦେବଶ୍ରୀ ଟେଡର୍ସର ସତ୍ୱାଧିକାରିଣୀ ଶ୍ରୀମତୀ ଶୋଭନା ଗିରି । ଶ୍ରୀମତୀ ଗିରିଙ୍କୁ ୨୦୨୨-୨୩ ବର୍ଷ ପାଇଁ ‘ବେଷ୍ଟ୍‌ ଓମେନ୍‌ ଏଣ୍ଟଟର୍‌ପ୍ରିନର୍‌ (ସ୍ମଲ୍‌ ଏଣ୍ଟଟର୍‌ପ୍ରାଇସ୍‌)’ ଭାବରେ ପୁରସ୍କୃତ କରାଯାଇଛି । ଶ୍ରୀମତୀ ଶୋଭନା ଗିରିଙ୍କ ସ୍ୱାମୀ ତଥା ଜୟଶ୍ରୀ ପ୍ରିଣ୍ଟର୍ସ ଓ ଦେବଶ୍ରୀ ଟେଡର୍ସର ପରିଚାଳକ ଶ୍ରୀ ଗିରିଙ୍କ କଠିନ ପରିଶ୍ରମ ଓ କର୍ମନିଷ୍ଠତା ପାଇଁ ଆଜି ଏହି ସଫଳତା ପ୍ରାପ୍ତ ହୋଇଛି ବୋଲି ବନ୍ଧୁ ମହଲରେ ମତପ୍ରକାଶ ପାଇଛି ।

Leave A Reply

Your email address will not be published.