oom

ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)ର ବଲାଙ୍ଗିର ଜିଲ୍ଲା ନୂତନ କାର୍ଯ୍ୟକାରୀ କମିଟି ଚୟନ ଅନୁଷ୍ଠିତ

jsmm
  • ପ୍ରଦୀପ କୁମାର ପୁଟେଲ ସଭାପତି ଓ ଶଙ୍କର ପ୍ରସାଦ ମିଶ୍ର ସମ୍ପାଦକ ନିର୍ବାଚିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)ର ବଲାଙ୍ଗିର ଜିଲ୍ଲା ନୂତନ କାର୍ଯ୍ୟକାରୀ କମିଟିର ନିର୍ବାଚନ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଦର ମହକୁମାଠାରୁ ୧୦କିଲୋମିଟର ଦୂରରେ ଅବସ୍ଥିତ ବରଗାଁ ଉଚ୍ଚ ବିଦ୍ୟାଳୟରେ ରାଜ୍ୟ ଓଷ୍ଟା ସଂଘର ବରିଷ୍ଠ କର୍ମକର୍ତ୍ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସଂଘର ସାମ୍ବିଧାନିକ କମିଟିର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତି ଭାବରେ ମୁରିବାହାଲ ପଞ୍ଚାୟତି ଉଚ୍ଚ ବିଦ୍ୟାଳୟର ପ୍ରଦୀପ କୁମାର ପୁଟେଲ ବହୁ ଭୋଟରେ ନିର୍ବାଚିତ ହୋଇଥିବା ବେଳେ ସମ୍ପାଦକ ଭାବରେ ବରଗାଁ ଉଚ୍ଚ ବିଦ୍ୟାଳୟର ଶଙ୍କର ପ୍ରସାଦ ମିଶ୍ର, କାର୍ଯ୍ୟକାରୀ ସଭାପତି ଭାବେ ସିଙ୍ଗଖମନ୍ ମହନ୍ତ ଗିରିଧାରୀ ଉଚ୍ଚ ବିଦ୍ୟାଳୟର ଅନୀଲ କୁମାର ସାହୁ, ଉପସଭାପତି(ପୁରୁଷ )ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟ, ହୀରାପୁରର ମଣିକର ମାଝୀ ଓ ଭୀମଭୋଇ ଉଚ୍ଚ ବିଦ୍ୟାଳୟ, ଭୁସଲାଡର ସନ୍ତୋଷ କୁମାର ମିଶ୍ର, ଉପସଭାପତି(ମହିଳା)ଠିକାଦାର ପଡ଼ା ଉଚ୍ଚ ବିଦ୍ୟାଳୟର ପ୍ରଣତୀ ପାଣିଗ୍ରାହୀ, ଯୁଗ୍ମ ସମ୍ପାଦକ ଭାବରେ ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟ, ଘଣ୍ଟବାହାଲିର ପୀତାମ୍ବର ଛତର, ଆଦିବାସୀ ଉଚ୍ଚ ବିଦ୍ୟାଳୟ, ଜାମୁଟଝୁଲାର ଶୁଭେନ୍ଦୁ କୁମାର ମହାନ୍ତି, ବାଳିକା ଉଚ୍ଚ ବିଦ୍ୟାଳୟ, ସଇଁତଳାର ପଦ୍ମଳୟା ତ୍ରିପାଠୀ, କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ରେଙ୍ଗାଲି ଉଚ୍ଚ ବିଦ୍ୟାଳୟ, କୁଇକେଡାର କୁଳମଣି ଯୋଶୀ, କୁଲତା ଏକାଡେମୀ, କୁଲତାପଡ଼ାର ଭକ୍ତବନ୍ଧୁ ପୁରୋହିତ, ନବରତ୍ନ ଉଚ୍ଚ ବିଦ୍ୟାଳୟ, ତେଲେନପାଲିର ସୁଶାନ୍ତ କୁମାର ଦାଶ ଓ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ମହରାପଦରର ନବକିଶୋର ନନ୍ଦ ନିର୍ବାଚିତ ହୋଇଛନ୍ତି । ନବନିର୍ବାଚିତ କମିଟିର ସମସ୍ତ ନୂତନ କାର୍ଯ୍ୟକର୍ତ୍ତାଙ୍କୁ ରାଜ୍ୟର ସମସ୍ତ ଶିକ୍ଷକ ସଂଘ ତରଫରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ଆଗାମୀ ଦିନରେ ସମସ୍ତଙ୍କ ସହଯୋଗରେ ଶିକ୍ଷା ଓ ଶିକ୍ଷକଙ୍କ ଉନ୍ନତି ଦିଗରେ ସେ ନିଜର କାର୍ଯ୍ୟ ଜାରି ରଖିବେ ବୋଲି ସଭାପତି ଶ୍ରୀ ପୁଟେଲ ପ୍ରକାଶ କରିଛନ୍ତି ।

jittmm
Leave A Reply

Your email address will not be published.