ଶ୍ରୀମନ୍ଦିରରେ ବଦଳିଲା କଣ୍ଟା ପିଟା ସାମଗ୍ରୀ : ମହାପ୍ରଭୁଙ୍କ ସେବାରେ ଲାଗିଲା ନୂତନ ଖଟୁଲି, ପିଢ଼ା

ପୁରୀ : ଶ୍ରୀବିଗ୍ରହଙ୍କ ପୂଜାରେ ଲାଗୁଥିବା କଣ୍ଟାପିଟା ସରଞ୍ଜାମ ବଦଳାଯାଇଛି । ମହାପ୍ରଭୁଙ୍କ ପୂଜାରେ ଲାଗିଛି ନୂଆ ଖଟୁଲି ଓ ପିଢ଼ା । ସାଲ ବିନ୍ଧ ହୋଇ ୩ଟି ଲେଖା ଖଟୁଲି ଓ ପିଢ଼ା ଠାକୁରଙ୍କ ପୂଜାରେ ଲାଗିଛି । ଦାରୁଦିଅଁଙ୍କ ସେବାରେ ଲାଗୁଥିବା ବିଘ୍ନ ସାମଗ୍ରୀ ହଟିବାରେ ସେବକ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଠାକୁରଙ୍କ ବ୍ୟବହୃତ ସାମଗ୍ରୀ ମୂଲ୍ୟବାନ ଦ୍ରବ୍ୟରେ ହେବା ଉଚିତ ବୋଲି ସେବକ ଦାବୀ କରିଛନ୍ତି । ମହାପ୍ରଭୁଙ୍କ ସେବାରେ କଣ୍ଟା ପିଟା ପିଢ଼ା ଓ ଖଟୁଲି ବ୍ୟବହାର ହେଉଥିବା ଖବର ପ୍ରକାଶ ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା ।

Leave A Reply

Your email address will not be published.