ଓଡିଶା ଜୀବିକା ମିଶନ ତରଫରୁ ନୂଆଁଖାଇ ପର୍ବ ପାଳନ ଅବସରରେ ନୂଆଁଖାଇ ବଜାର : ୨୮ ଲକ୍ଷ ୫୦ ହଜାର ବ୍ୟବସାୟ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ମୁରିବାହାଲ ବ୍ଲକ ଓଡିଶା ଜୀବିକା ମିଶନ ତରଫରୁ ୨୨ ଗୋଟି ଗ୍ରାମ ପଞ୍ଚାୟତଠାରେ ଏସଏଚଜି ମହିଳାମାନଙ୍କୁ ନେଇ ନୂଆଁଖାଇ ବଜାର ଆୟୋଜିତ କରାଯାଇଥିଲା । ଏଥିରେ ସମସ୍ତ ଅଧିକାଂଶ ଏସ.ଏଚ.ଜି ମହିଳା ସହଯୋଗରେ ପ୍ରାୟ ୨୮ ଲକ୍ଷ ୫୦ ହଜାର ଟଙ୍କାର ବ୍ୟବସାୟ ହୋଇଥିଲା । ଏହା ସିଧା ସଳଖ ଭାବରେ ଏସ.ଏଚ.ଜି ମହିଳାଙ୍କୁ ଏକ ବଜାରର ସୁଯୋଗ ସୃଷ୍ଟି କରିବା ସହ ନିଜ ଗାଁ ପଞ୍ଚାୟତରେ ନିଜର କୁକୁଡା ଛେଳି ବିକ୍ରି କରି ପାରିଥିଲେ । ବିଗତ ୩ ବର୍ଷ ଧରି ଓ.ଏଲ.ଏମ ମୁରିବାହାଲ ଦ୍ଵାରା ନୁଆଁଖାଇ ବଜାର ପ୍ରାୟ ପ୍ରତି ପଞ୍ଚାୟତ ସ୍ତରରେ ଆୟୋଜିତ କରାଯାଉଛି । ସବୁ ବର୍ଷ ଭଲି ଏହି ବର୍ଷ ମଧ୍ୟ ଏସ.ଏଚ.ଜି ମହିଳା ବଜାର ଆୟୋଜିତ କରି ଉପକୃତ ହୋଇପାରିଛନ୍ତି । ଏହି ନୂଆଖାଇ ବଜାରକୁ ନିଜ ନିଜ ପଞ୍ଚାୟତରେ ସମସ୍ତ ଏମବିକେ, ସିଆରପି, ପ୍ରାଣୀ ମିତ୍ର କୃଷି ମିତ୍ର, ଜିପିଏଲଏଫ, ସିଏଲଫର ଇସି ମେମ୍ବର୍ସ ସମସ୍ତେ ସହଯୋଗ କରିଥିଲେ । ମୁରିବାହାଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୂର୍ଣ୍ଣାନନ୍ଦ ପଟେଲ ପରାମର୍ଶରେ ବି.ପି.ଏମ ଡ଼ଃ.ଗୋପାଳକୃଷ୍ଣ ଦୀପଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ତଥା ବି.ଏଲ.ସି ବ୍ରଜ ମୋହନ ସ୍ଵାଇଁଙ୍କ ପରିଚାଳନାରେ ନୂଆଁଖାଇ ବଜାର ଆୟୋଜିତ କରାଯାଉଛି ।

Leave A Reply

Your email address will not be published.