ହଳଦୀ ହାଇସ୍କୁଲ ଖେଳ ପଡିଆରେ ବ୍ଲକ ଲକ୍ଷେ ଘର ଗଣ୍ଡା ସମାଜର ବ୍ଲକସ୍ତରୀୟ ନୂଆଁଖାଇ ଭେଟଘାଟ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ହାଇସ୍କୁଲ ଖେଳ ପଡିଆରେ ବ୍ଲକ ଲକ୍ଷେ ଘର ଗଣ୍ଡା ସମାଜର ୧୦ମ ବ୍ଲକସ୍ତରୀୟ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଲକ୍ଷେ ଘର ଗଣ୍ଡା ସମାଜର ସଭାପତି ମଦନ ମୋହନ କୁମ୍ଭାରଙ୍କ ସଭାପତିତ୍ୱରେ ତଥା ସାଧାରଣ ସମ୍ପାଦକ ଦୀପକ ରଞ୍ଜନ ବାଗଙ୍କ ସଂଯୋଜନାରେ ମୁଖ୍ୟ ଉପଦେଷ୍ଟା ଡ ଗୋପାଳକୃଷ୍ଣ ଦୀପ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ ଆକାଉଣ୍ଟସ ଅଫିସର ଘେନୁରାମ ତାଣ୍ଡି ମୁଖ୍ୟ ଅତିଥି, ଟିଟିଲାଗଡ ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭରତ ତାଣ୍ଡି, ସଂଘ ଉପସଭାପତି ବିଭୀଷଣ ମହାନନ୍ଦ, ଟିଟିଲାଗଡ ଗରିବସେନା ସଭାପତି ବୀରେନ୍ଦ୍ର ବାଗ, ସମାଜସେବୀ ଗୋବିନ୍ଦ ତାଣ୍ଡି, ପ୍ରଦୀପ ତାଣ୍ଡି, ସୁଗ୍ରୀବ ଦୀପ, ରତିନ୍ଦ୍ର ରାୟ, ହେରମ ବାଗ, ଦାସ ଲୁହା ଓ ଚୈତନ୍ୟ ମହାନନ୍ଦ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ । ମୁରିବାହାଲ ଯୁକ୍ତ ଦୁଇ କଲେଜ ଅଧ୍ୟକ୍ଷ ରମେଶ ଚନ୍ଦ୍ର ମହାନନ୍ଦ ମୁଖ୍ୟବକ୍ତା ଭାବେ ଯୋଗଦେଇ ନୂଆଁଖାଇର ତାତ୍ପର୍ଯ୍ୟ ଓ ଡ ବିଆର୍ ଆମ୍ବେଦକରଙ୍କ ରଚିତ ସମ୍ବିଧାନର ବିଭିନ୍ନ ଆଇନରେ ସମାଜର ଅଧିକାର ସମ୍ପର୍କରେ ଆଲୋକପାତ କରିଥିଲେ । ବ୍ଲକର ସରପଞ୍ଚ ସଦାନନ୍ଦ ଦୀପ, ସବିତା ବିଭାର, ଗିରିଧାରୀ ମହାନନ୍ଦ, କରିଶ୍ମା ସୁନା, ସମିତି ସଭ୍ୟ ଭୀମସେନ ବାଗ, ତୋଫାନ ନାଗ, ପୁଣ୍ୟ ହରପାଲ, ଟୁନାମଣି ମହାନନ୍ଦ, ସମାଜର ବ୍ଲକ କୋଷାଧ୍ୟକ୍ଷ ଭଗତ ନାଗ, ହଳଦୀ ପଞ୍ଚାୟତ ସଭାପତି ତରୁଣ ସିଂ ଦୀପ, ମୁରିବାହାଲ ସଭାପତି ଅନନ୍ତ ଛୁରାଙ୍କ ସହ ବ୍ଲକର ସମସ୍ତ ୨୨ପଞ୍ଚାୟତ ସଭାପତି ମଞ୍ଚାସିନ ଥିଲେ । ଭେଟଘାଟ ପୂର୍ବରୁ ହଳଦୀ ଗ୍ରାମର ଧରଣୀ ଗୁଡ଼ିଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ମହେଶ୍ୱର ଜାଲ, ଚକ୍ର ନାଗଙ୍କ ପାରମ୍ପରିକ ଦୁଲଦୁଲି ବାଜା ଓ ସାଧୁ କୁମ୍ଭାରଙ୍କ ଶିଙ୍ଗ ବାଜା ସହ ସଭାସ୍ଥଳ ହାଇସ୍କୁଲ ଖେଳ ପଡିଆରେ ପହଞ୍ଚି ଥିଲେ।ଗ୍ରାମର ଥବିର ପୁଝାରୀ ପୂଜକ ରୂପେ ମଞ୍ଚ ପୂଜା କରିଥିଲେ । ସମାଜର ଦୁଇ ପୂର୍ବତନ ପ୍ରତିଷ୍ଠାତା ସଦସ୍ୟ ସଙ୍ଗୀତଜ୍ଞ ସ୍ବର୍ଗତ ଲକ୍ଷ୍ମୀପ୍ରସାଦ ବାଗଙ୍କ ଅବର୍ତ୍ତମାନରେ ଧର୍ମପତ୍ନୀ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଉର୍ମିଳା ମହାନନ୍ଦଙ୍କୁ ଓ ଶିକ୍ଷାବିତ ସ୍ବର୍ଗତ ଅଣାକାର ଜଗଦଲାଙ୍କ ଧର୍ମପତ୍ନୀ ସବିତା ଜଗଦଲାଙ୍କୁ ସମାଜ ପକ୍ଷରୁ ସ୍ଵତନ୍ତ୍ର ରୂପେ ସମ୍ମାନିତ କରାଯାଇଥିଲା । ହଳଦୀ ଜୟରାମ ମହାନନ୍ଦ ପାଠାଗାରର ଚତୁର୍ଭୁଜ ମହାନନ୍ଦ, ଉତ୍ତମ ମହାନନ୍ଦ, ଭିକି ମହାନନ୍ଦ, ଋକୁ ମହାନନ୍ଦ, ଦୀନେଶ କୁମ୍ଭାର, ବଳଦେବ ତାଣ୍ଡିଙ୍କ ସହ ବ୍ଲକ ଅଞ୍ଚଳର ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ସମ୍ବଲପୁରୀ ମେଲୋଡି ଦୀର୍ଘ ସମୟ ପର୍ଯ୍ୟନ୍ତ ପରିବେଷଣ ହୋଇଥିଲା ।

Leave A Reply

Your email address will not be published.