lika

ଶିକାଛିଡାରେ ନୂଆଁଖାଇ ଭେଟ୍‌ଘାଟ୍‌

gbag

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବ୍ଲକ ଅନ୍ତର୍ଗତ ଶିକାଛିଡା ପଞ୍ଚାୟତରେ ଶିକାଛିଡା ଯୁବ ଗୋଷ୍ଠୀଙ୍କ ଦ୍ୱାରା ଭାଇଚାରାର ପର୍ବ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ମା’ ସମଲେଶ୍ୱରୀ ଓ ବିଘ୍ନ ବିନାଶକ ଗଣେଶଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା । ପରେ ପରେ କଣ୍ଠଶିଳ୍ପୀମାନେ ମଧୁର କଣ୍ଠରେ ଗୀତ ପରିବେଷଣ କରିଥିଲେ । ଏହାପରେ ଏକ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ ବଲାଙ୍ଗିର ସୁପ୍ରସିଦ୍ଧ ପ୍ରତିଭାମାନଙ୍କୁ ଗଣପତି କଳା ପରିଷଦ ଶିକାଛିଡା ତରଫରୁ ସମ୍ବର୍ଦ୍ଧନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବଲାଙ୍ଗିର ବ୍ଲକ ଅଧ୍ୟକ୍ଷ ଗୁଲାପ ବାଗ, ବିଜେପି ଉପସଭାପତି ରାକେଶ ମିଶ୍ର, ବିଜେପି ସାଧାରଣ ସଂପାଦକ ଅମିତ ସିଂନିନା, ସମାଜସେବୀ ସନ୍ଦିପ ବାଗ, ସମାଜସେବୀ ତଥା ନିର୍ଦ୍ଦେଶକ ବିନୋଦ କାଲସାଏ, ନୃତ୍ୟଗୁରୁ ସୁବଳ ବାଗ, ମନରଂଜନ ପଟେଲ ପ୍ରମୁଖ ବିଚାରକ ଭାବେ ଥିଲେ । ବଲାଙ୍ଗିରର ଅନ୍ୟୁନ ପ୍ରତିଭା ଲୋକ କଳାକାର ଦିଲିପ ଦିପ, ଓଡିଶାର ଘରେ ଘରେ ପରିଚିତ କଣ୍ଠଶିଳ୍ପୀ ଅଭିନେତ୍ରୀ ଅର୍ଚ୍ଚନା ପାଢୀ, ‘ଶଲାବୁଢାର ବଦଲା’ର ଅଭିନେତ୍ରୀ ଚନ୍ଦନା ସିଂ, କଣ୍ଠଶିଳ୍ପୀ ରୁଚିସ୍ମିତା ଗୁରୁ ପ୍ରମୁଖଙ୍କୁ ସମ୍ବର୍ଦ୍ଧନା ଦିଆଗଲା ।

babaa
Leave A Reply

Your email address will not be published.