ବଲାଙ୍ଗିର, (କେପିଏନ୍ଏସ୍) : ଆଜି ସ୍ଥାନୀୟ କୋଶଳ କଳା ମଣ୍ଡଳ ପଡିଆ ଷ୍ଟେଜରେ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ତରଫରୁ ଆମ ଅଞ୍ଚଳର ସିଘା ତଥା ଗଣପର୍ବ ନୂଆଁଖାଇ ଅବସରରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପଶ୍ଚିମ ଓଡ଼ିଶାର କଳା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାକୁ ଉଦଯାପିତ କରିବା ପାଇଁ ବିଙ୍ଗ ହ୍ୟୁମାନ ତରଫରୁ ପ୍ରତିବର୍ଷ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ । ତାସହ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥାନ୍ତି, ଲୋୟର ସୁକତେଲ ବିସ୍ଥାପିତ ହୁଅନ୍ତୁ ଅବା ଅନାଥ ଆଶ୍ରମର କୁନି କୁନି ଶିଶୁମାନଙ୍କୁ ଏହି କାର୍ଯ୍ୟକ୍ରମରେ ପ୍ରଧନ୍ୟ ଦିଆଯାଇଥାଏ । ପଶ୍ଚିମ ଓଡ଼ିଶାର ନାଁ କରା କଳାକାରମାନଙ୍କର ମହାସମାଗମ ମଧ୍ୟ ହୋଇଥାଏ । ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ କାର୍ଯ୍ୟକ୍ରମ ଧୁମଧାମରେ ସମସ୍ତଙ୍କୁ ନେଇ କରାଯିବ ବୋଲି ଅନୁଷ୍ଠାନର ମହିଳା ଶାଖାର ଉପଦେଷ୍ଟା ତଥା ପୌରଧକ୍ଷା ଲିକା ସାହୁ କହିଥିଲେ ତାସହ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଅନୁଷ୍ଠାନର ପୁରୋଧା ସ୍ୱର୍ଗତ ଲଳିତ ନାୟକଙ୍କ ସୃତିରେ ବିଭିନ୍ନ ସୃତି ସମ୍ମାନ ପ୍ରଦାନ କରାଯିବା ନେଇ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ଲୋଟସ ଷଡ଼ଙ୍ଗୀ କହିଥିଲେ । ତାସହ ଅନୁଷ୍ଠାନର ପ୍ରତିଷ୍ଠାତା ସୋମନାଥ ମିଶ୍ରଙ୍କ ସଂଯୋଜନରେ ଆୟୋଜିତ ବୈଠକରେ ଉପଦେଷ୍ଟା ଆକାଶ ମିଶ୍ର, ବଦ୍ରି ନାରାୟଣ ମିଶ୍ର, ରଶ୍ମି ରଞ୍ଜନ ପଟ୍ଟନାୟକ, ନବଘନ ଦାସ, ଅମରେଶ ଖେତୀ, ସୁନାଧର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିବା ବେଳେ ଅନୁଷ୍ଠାନର ମହିଳା ଶାଖା, ସଦର ବ୍ଲକ, ପୁଇଁତଲା ବ୍ଲକ, ଲୋଇସିଂହା ବ୍ଲକ, ଆଗଲପୁର ବ୍ଲକ, ଦେଓଗାଁ ବ୍ଲକ, ସଇଁତଳା ବ୍ଲକ, ଖପ୍ରାଖୋଲ ବ୍ଲକ, ତରଭା ବ୍ଲକ, ଡୁଙ୍ଗୁରିପାଲି ବ୍ଲକର ଶତାଧିକ କର୍ମକର୍ତ୍ତା ଉପସ୍ଥିତ ଥିଲେ ।
