oom

ବ୍ଲକ ଶିକ୍ଷା କାର୍ଯ୍ୟାଳୟରେ ବୃକ୍ଷରୋପଣ କଲେ ନରସିଂହ : ଶିକ୍ଷା ଭିତ୍ତିଭୂମି ଉପରେ ଆଲୋଚନା

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟରେ ପୂର୍ବାହ୍ନ ୧୦ଟା ସମୟରେ କାର୍ଯ୍ୟାଳୟ ପକ୍ଷରୁ ଏକ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ବ୍ଲକ ଶିକ୍ଷାଧିକାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ମହୋତ୍ସବରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ । ବୃକ୍ଷରୋପଣ ପୂର୍ବରୁ ଜିଲ୍ଲା ଶିକ୍ଷାଧିକାରୀ, ବ୍ଲକ ଶିକ୍ଷାଧିକାରୀଙ୍କ ସହ ଶିକ୍ଷା ବିଭାଗର ଭିତ୍ତିଭୂମି ଉପରେ ଆଲୋଚନା କରିଥିଲେ ଶ୍ରୀ ମିଶ୍ର । ଗତ ୭ ବର୍ଷ ଭିତରେ ଜିଲ୍ଲାର ଅନେକ ଶିକ୍ଷା ଭିତ୍ତିଭୂମିର ନୂତନ ନିର୍ମାଣ ହୋଇଥିଲେ ହେଁ ଜମି ସମସ୍ୟା ତଥା ପାଣ୍ଠିର ଅଭାବ ଯୋଗୁଁ କିଛି ଅଞ୍ଚଳରେ ଥିବା ବିପଦପୂର୍ଣ୍ଣ ସ୍କୁଲ କୋଠାର ପୁନଃ ନିର୍ମାଣ ହୋଇ ପାରୁନାହିଁ । ଅନେକ ଶିକ୍ଷା ବିଭାଗ ଜମି ଜବରଦଖଲରେ ଅଛି । ସହର ମଧ୍ୟରେ ଥିବା କିଛି ସ୍କୁଲ ଜାତୀୟ ରାଜପଥ କଡରେ ଥିବାରୁ ସେସବୁର ସ୍ଥାନାନ୍ତରଣ ଜରୁରି ହୋଇ ପଡିଛି । ତେଣୁ ଏ ସବୁ ପାଇଁ ଜିଲ୍ଲା ଶିକ୍ଷାଧିକାରୀ ତୁରନ୍ତ ସରକାରଙ୍କୁ ଚିଠି ଲେଖନ୍ତୁ ବୋଲି ବିଧାୟକ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ମଧ୍ୟ ମରାମତି ଦରକାର ହେଉଥିବାର ଦୃଷ୍ଟି ଆକର୍ଷଣ କରିଥିଲେ ବ୍ଲକ ଶିକ୍ଷାଧିକାରୀ । ପରେ ବିଇଓ କାର୍ଯ୍ୟାଳୟ ପରିସରରେ ମୁଖ୍ୟ ଅତିଥି ବିଧାୟକ ଶ୍ରୀ ମିଶ୍ର ବିଭିନ୍ନ ପ୍ରକାର ବୃକ୍ଷରୋପଣ କରିଥିଲେ । ଏହି ବନ ମହୋତ୍ସବରେ ବିଧାୟକ ଶ୍ରୀ ମିଶ୍ରଙ୍କ ବ୍ୟତୀତ ଜିଲ୍ଲା ଶିକ୍ଷାଧିକାରୀ ଧୃବଚରଣ ବେହେରା, ଉପ ଜିଲ୍ଲା ଶିକ୍ଷାଧିକାରୀ କେଶବ ଚନ୍ଦ୍ର ମେହେର, ବ୍ଲକ ଶିକ୍ଷାଧିକାରୀ ରାଘବ ପାଣିଗ୍ରାହୀ, ବିଧାୟକଙ୍କ ଶିକ୍ଷା ବିଭାଗ ପ୍ରତିନିଧି ଶିକ୍ଷାବିତ୍‌ ବାମଦେବ ମିଶ୍ର, ଉପ ବ୍ଲକ ଶିକ୍ଷାଧିକାରୀ ଉତ୍ତମ କୁମାର ନାଏକ, କୈଳାଶ କୁମ୍ଭାର, ସନ୍ଧ୍ୟାରାଣୀ ଧରୁଆ, ମନୋରଂଜନ ସ୍ୱାଇଁ, ସନ୍ତୋଷ କୁମାର ଦାଶ, ଡ. ପ୍ରଶାନ୍ତ ପଧାନ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.