centurian jitm

ରେଳ ଉପଭୋକ୍ତା ସଂଘର ଚରମ ନିଷ୍ପତ୍ତି

nschool

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଯାଦବ ଭବନଠାରେ ରେଳ ଉପଭୋକ୍ତା ସଂଘର ସଭାପତି ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାଧାରଣ ସଭାରେ ବଲାଙ୍ଗିର ପ୍ରତି ରେଳବାଇ ବିଭାଗର ଅବହେଳାକୁ ନେଇ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ସହ ଆଗାମୀ ଦିନରେ ରେଳରୋକୋ ପାଇଁ କଠୋର ନିଷ୍ପତ୍ତି । ବିନା ଆନ୍ଦୋଳନରେ ବଲାଙ୍ଗିର ରେଳ ଷ୍ଟେସନର ଉନ୍ନତି ହୋଇପାରିବ ନାହିଁ ବୋଲି ମତପ୍ରକାଶ କରିଛନ୍ତି । ସଭ୍ୟ କିଶୋର ମିଶ୍ର, ଧର୍ମବ୍ରତ ରଥ, ନୀଳମଣି ମିଶ୍ର, ପଙ୍କଜିନି ପଣ୍ଡା, ଶତୃଘନ ସିଂ, ଗୋପଭୂଷଣ ନାଥ, ନବ କୁମାର ମିଶ୍ର, ପ୍ରଭାକର ମିଶ୍ର, ଗୋପବନ୍ଧୁ ପୁରୋହିତ, ମଲିଆ ଗଡୁଆ, ଋତୁରାଜ ସିଂ, ଛବିଲାଲ ବେହେରା ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ଟିଟିଲାଗଡରୁ ପୁରୀ ପର୍ଯ୍ୟନ୍ତ ଏକ ଫାଷ୍ଟ ପେସେଞ୍ଜର, ଶାରୀରିକ ଅକ୍ଷମମାନଙ୍କ ପାଇଁ ବଲାଙ୍ଗିର ଷ୍ଟେସନରେ ସୁବିଧା, ପ୍ଲାଟଫର୍ମରେ ଲିଫ୍ଟ ଓ ର‍୍ୟାମ୍ପ କାମକୁ ତ୍ୱରାନ୍ୱିତ କରିବା, ଦିଲ୍ଲୀ ପ୍ରୟାଗରାଜକୁ ଏକ ସିଧାସଳଖ ଟ୍ରେନ, ସମ୍ବଲପୁର -ପୁରୀ, ଜାଟ ଏକ୍ସପ୍ରେସ, ହିରାକୁଦ ଏକ୍ସପ୍ରେସକୁ ବଲାଙ୍ଗିର ଦେଇ ଚଳାଚଳ କରିବା, କଣ୍ଟାବାଞ୍ଜିଠାରେ ୱାଗନ ଫେକ୍ଟ୍ରି କରିବା ଉପରେ ସଭାପତି ବିଭିନ୍ନ ସମୟରେ ରେଳ ବିଭାଗକୁ ଅବଗତ କରିଥିଲେ ମଧ୍ୟ କର୍ଣ୍ଣପାତ ନ କରିବାରୁ ଆଗାମୀ ୧୯ ତାରିଖରେ ଏକ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ତା’ପରେ ଯଦି ରେଳ ବିଭାଗର ନିଦ ନ ଭାଙ୍ଗିଲା ରେଳ ରୋକୋ ହେବ ବୋଲି ସର୍ବସମ୍ମତି କ୍ରମେ ନିଷ୍ପତ୍ତି ହୋଇଛି । ସଭାର ପ୍ରାରମ୍ଭରୁ ମା’ ସମଲେଇଙ୍କଠାରେ ପୂଜାର୍ଚ୍ଚନା ପରେ ସଂପାଦକ ଦିବାକର ହୋତା ଗତ ସଭାର ବିବରଣୀ ଓ କୋଷାଧ୍ୟକ୍ଷ ଅଶୋକ ଚାନ୍ଦ ଆୟ ବ୍ୟୟର ବିବରଣୀ ପାଠ କରିଥିଲେ । ନୂତନ ସଭ୍ୟ ରୂପେ ଇଂ. ଲୋକନାଥ କର, ନବ କୁମାର ମିଶ୍ର ଓ ଅନନ୍ତ ବିଶୋଇଙ୍କୁ ଗ୍ରହଣ କରାଯାଇଥିଲା । ସର୍ବ ଭାରତୀୟ ସ୍ତରରେ ରେଳ ଉପଭୋକ୍ତା ସଂଘକୁ ବିଷ୍ଣୁ କେଡିଆଙ୍କୁ ମନୋନିତ କରିଥିବାରୁ ସଭାରେ ଖୁସି ପ୍ରକାଶ କରି ସମ୍ମାନିତ କରାଯାଇଥିଲା । ବରିଷ୍ଠ ନାଗରିକଙ୍କୁ ପୁନଃ ରିହାତି ଦେବା ପାଇଁ ଚିଠି ଲେଖିବା ପାଇଁ ସଭ୍ୟମାନେ ପ୍ରକାଶ କରିଥିଲେ । ଉକ୍ତ ସଭାରେ ନରେନ୍ଦ୍ର କବାଟ, ସଲିମ ଖାନ, ଦ୍ୱାରିକା ପଣ୍ଡା, ସୁରେନ୍ଦ୍ର ନେଗୀ, ଓମ୍‌ ପ୍ରକାଶ ସାହୁ, ହେମନ୍ତ ନିଆଲ, ବସୁ ନାଗ, ଯୁଧିଷ୍ଟିର ମିଶ୍ର, ରାମ ମିଶ୍ର, ମୋତିଲାଲ ସାହୁ, ନିତ୍ୟାନନ୍ଦ ମିଶ୍ର, ବିନୟ ମିଶ୍ର, ରାମକୁମାର ସେଠି, ଶରତ ହୋତା, ଗଣେଷ ପାଢି, ରଶ୍ମି ରଞ୍ଜନ ଯୋଷୀ, ଚିତ୍ତ ପଟେଲ, ପୂର୍ଣ୍ଣଚନ୍ଦ୍ର ମେହେର, ପର୍ଶୁ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ସହସଂପାଦକ ଇଂ ହିତେଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.