
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ପତ୍ରାପାଲି(କ) ପଂଚାୟତ ଦେବଙ୍ଗ ଗ୍ରାମର ମିନି ଷ୍ଟାଡିଅମ ଖେଳପଡିଆଠାରେ ୧୨ତମ ନିଶାମଣି ଭୋଇ ସ୍ମାରକ୍ରୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଦେବଙ୍ଗ ନିଶାମଣି ଭୋଇ ଫୁଟବଲ ଆସୋସିଏସନ୍ ତରଫରୁ ଦ୍ୱିତୀୟ ଦିନ ଚାରିଟି ଦଳ ମଧ୍ୟରେ ଟୁର୍ଣ୍ଣାମେଣ୍ଟର ଖେଳ ଅନୁଷ୍ଠିତ ହୋଇଥିଲା । ଦେବଙ୍ଗ ଓ ମନିଗାଁ ମଧ୍ୟରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ ନିର୍ଦ୍ଧାରିତ ସମୟରେ ବରାବର ଦଳ ଗୋଲ ମଧ୍ୟରେ ରହିବାରୁ ଟ୍ରାଇବ୍ରେକର ୫/୨ ଦେବଙ୍ଗ ବିଜୟୀ ହୋଇଥିଲା । ସେହିପରି ଅନ୍ୟ ଏକ ମ୍ୟାଚ୍ରେ ତୁର୍ଲା ଓ ଯୁଗୀରଥା ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ ୧-୦ରେ ତୁର୍ଲା ଦଳ ବିଜୟୀ ହୋଇଥିଲା । ଏହି ଅବସରରେ ଅନୁଷ୍ଠିତ ଉତ୍ସବରେ ପୂର୍ବତନ ଫୁଟବଲ ଖେଳାଳି ବିଜୟକାନ୍ତ ଭୋଇ ମୁଖ୍ୟ ଅତିଥି ରୂପେ ଉପସ୍ଥିତ ରହି ଉଭୟ ଦଳର ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ଖେଳ ପରିଚାଳନା ରେଫରୀ ବିବଚ୍ଛ ମାଝୀ, ନବୀନ ସରାଫ, ବୈଷ୍ଣବ ତାଣ୍ଡି ଓ ନୀତେଶ ମାଝୀ କରିଥିଲେ । ଟୁର୍ଣ୍ଣାମେଣ୍ଟକୁ ସଫଳ କରିବାରେ ଆୟୋଜକ କମିଟି ସଭାପତି ରାଜେନ୍ଦ୍ର ଭୋଇ, ସମ୍ପାଦକ ଗଣାଦୀପ ଦାସ, ଟିମ୍ ମ୍ୟାନେଜର ନେତ୍ରମଣୀ ଭୋଇଙ୍କ ନେତୃତ୍ୱରେ ଅକ୍ଷୟ ଭୋଇ, ଜିତେନ୍ ବାଗ, ଲିଙ୍ଗରାଜ ଭୋଇ, ଦୋଳମଣୀ ଦାସ, ଅଶୋକ ଦୀପ, ଜନ୍ମେଜୟ ଭୋଇ, ରଞ୍ଜନ ଭୋଇ, ପ୍ରବୀଣ ଭୋଇ, ସହିଦ ମହମ୍ମଦ, ବୀରେନ୍ଦ୍ର ଖଟୁଆ, ସୁଧାଂଶୁ ଭୋଇ, ଚୂଡ଼ାମଣି ଭୋଇ, ସାମନ୍ତ ଭୋଇ, ମୋହନ ନେଓରା, ଲୁକେଶ୍ୱର ପୁଟେଲ, ଲୋକେଶ୍ୱର ଭୋଇ ପ୍ରମୁଖ ସହଯୋଗ କରୁଥିବା ବେଳେ ଦୋଳମଣୀ ଦାସ ଧାରା ବିବରଣୀ ପ୍ରଦାନ କରିଥିଲେ । ଖେଳ ଦେଖିବା ପାଇଁ ବହୁ ଜନସମାଗମ ହୋଇଥିବା ବେଳେ ଏଥିରେ ସମସ୍ତ ଦେବଙ୍ଗ ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।