ଆନ୍ତର୍ଜାତୀୟ ନିଶା ଦ୍ରବ୍ୟର ବ୍ୟବହାର ଅବୈଧ ତସ୍କରୀ ନିରାକରଣ ଦିବସରେ ଡେଲାଙ୍ଗ ଅଞ୍ଚଳକୁ ନିଶାମୁକ୍ତ ସମାଜ ଗଠନ ପାଇଁ ଆହ୍ୱାନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆନ୍ତର୍ଜାତୀୟ ନିଶା ଦ୍ରବ୍ୟର ବ୍ୟବହାର ଓ ଅବୈଧ ତସ୍କରୀ ନିରାକରଣ ଦିବସ ତଥା ବିଶ୍ଵ ନିଶା ନିବାରଣ ଦିବସ ପାଳନ ଅବସରରେ ବରିଷ୍ଠ ସମାଜସେବୀ ତଥା ଇଣ୍ଟେଲେକଚୂଆଲ କ୍ଲବର ପ୍ରତିଷ୍ଠାତା ଦିଲ୍ଲୀପ କୁମାର ଧାଉଡିଆ ଡେଲାଙ୍ଗ ବ୍ଲକକୁ ନିଶାମୁକ୍ତ ସମାଜ ଗଠନ ପାଇଁ ଆହ୍ବାନ ଦେଇଛନ୍ତି । ଡେଲାଙ୍ଗ ବ୍ଲକ ପ୍ରଶାସନ, ତହସିଲ, ଥାନା, ଅବକାରୀ କର୍ତ୍ତୁପକ୍ଷଙ୍କ ଏଦିଗରେ ଆନ୍ତରିକତା ଓ ନିଷ୍ଠାପର ଉଦ୍ୟମ ରହିଲେ ଡେଲାଙ୍ଗ ନିଶାମୁକ୍ତ ସହ ସୁସ୍ଥ ସମାଜ ଗଠନ ହୋଇପାରିବ । ଏଥିସହିତ ଆନୁଷ୍ଠାନିକ ଭାବେ ବା ବ୍ୟକ୍ତିଗତ ସ୍ତରରେ ଜନସଚେତନତା କରିବା ନିଶାର ଅପକାରୀତା, ଭୟାବହତା, ଏହାର କୁପ୍ରଭାବ ଦ୍ଵାରା ଯୁବ ସମାଜ କିଭଳି ନଷ୍ଟଭ୍ରଷ୍ଟ ଓ ପଥ ଭ୍ରଷ୍ଟ ହୋଇ ନିଜର, ନିଜ ପରିବାର, ଗାଁ ଦେଶର ବ୍ୟାପକ ହାନି ଘଟୁଛି । ଏହାର ନିରାକରଣ ପାଇଁ ଆମେ ସମସ୍ତେ ଆଗେଇ ଆସିବାକୁ ସମାଜସେବା ଶ୍ରୀ ଧାଉଡିଆ ନିବେଦନ କରିଛନ୍ତି ।

Leave A Reply

Your email address will not be published.