ଗାଇସିଲେଟ ଅଞ୍ଚଳରେ ବେଧଡକ ନିଶା କାରବାର : ପୁଲିସ ପେଟ୍ରୋଲିଂ କଡାକଡି କରିବାକୁ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ଅଞ୍ଚଳରେ ଦିନକୁ ଦିନ ବଢି ଚାଲିଥିବା ବେଆଇନ ନିଶା କାରବାର, ଦୋକାନ, ଘର, ଚାଷୀଙ୍କ ପାଣି ମୋଟର ଚୋରି, ରାସ୍ତାରେ ଲୁଟପାଟ ବଢିବାରେ ଲାଗିଛି । ଆଜି ଗାଇସିଲେଟର ସର୍ବପୁରାତନ ସାମାଜିକ ଅନୁଷ୍ଠାନ ୟୁଥ କ୍ଲବର ନେତୃତ୍ୱରେ ଗ୍ରାମ୍ୟ ଉନ୍ନୟନ କମିଟି, ନାଗରିକ କମିଟି, ୟୁଥ କ୍ଲବର ସଦସ୍ୟ ବୃନ୍ଦ ତଥା ବଣିକ ସଂଘକୁ ନେଇ ଏକ ପ୍ରତିନିଧି ମଣ୍ଡଳୀ ଥାନାରେ ଅଭିଯୋଗ କରି ଏହାର ସମାଧାନ ପାଇଁ ଗାଇସିଲେଟ ଥାନା ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏହି ପ୍ରତିନିଧି ମଣ୍ଡଳୀରେ ୟୁଥ କ୍ଲବ ଗାଇସିଲେଟର ସଭାପତି ରଞ୍ଜନ କୁମାର ପଣ୍ଡା, ଗାଇସିଲେଟ ଗ୍ରାମ୍ୟ ଉନ୍ନୟନ କମିଟିର ସଭାପତି ତଥା ସରପଞ୍ଚ ସରତ କାଲୋ, ନାଗରିକ କମିଟି ସଭାପତି ଡଃ ସୁନୀଲ କୁମାର ପଣ୍ଡା, ବଣିକ ସଂଘ ସଭାପତି କ୍ଷୀରେସ୍ଵର ସେଠ, ଗ୍ରାମ୍ୟ କମିଟି ସମ୍ପାଦକ ଜନକ କଲେତ, ସରୋଜ ପୁରୋହିତ, ସଂଜୟ ପୁରୋହିତ, ମନୋହର ପାଣିଗ୍ରାହୀ, ସନ୍ତୋଷ କଲେତ, ପୁରୁଷୋତ୍ତମ ସାହୁଙ୍କ ସହ ସମସ୍ତ କମିଟିର ସଦସ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.