ଛତ୍ରପୁର ରୋଟାରୀ କ୍ଲବ ପକ୍ଷରୁ ୭ ଜଣ ଶିକ୍ଷକଙ୍କୁ “ରାଷ୍ଟ୍ର ନିର୍ମାତା” ସମ୍ମାନରେ ସମ୍ୱର୍ଦ୍ଧିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ରୋଟାରୀ କ୍ଲବ ପକ୍ଷରୁ ସବଳ ସମାଜ ଗଠନ ଦିଗରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ସାତ ଜଣ ଶିକ୍ଷକଙ୍କୁ ସମ୍ମାନଜନକ “ରୋଟାରୀ ରାଷ୍ଟ୍ର ନିର୍ମାତା” ସମ୍ମାନରେ ସମ୍ୱର୍ଦ୍ଧିତ କରାଯାଇଛି । ଛତ୍ରପୁର ପିଲିବନ୍ଧ ରୋଡ ସ୍ଥିତ କ୍ଲବର ନିଜସ୍ୱ ପରିସରରେ ସଭାପତି ଡକ୍ଟର ବିମଳ ପ୍ରସାଦ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛତ୍ରପୁର ସରକାରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଅଜୟ ତ୍ରିପାଠୀ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସୁରଜିତ ସାମନ୍ତ ରାୟ ମୂଖ୍ୟ ଅତିଥିଙ୍କ ଓ ସୁଜିତ ପଟ୍ଟନାୟକ, ଏସ୍‌. ରେଖା ମହାନ୍ତି, ଏମ୍‌. ଧନଞ୍ଜୟ ରେଡ୍ଡୀ, ସ୍ଵାଗତିକା ସାମନ୍ତରାୟ, ନିରଞ୍ଜନ ପାତ୍ର, ରାଜକିଶୋର ବଲ୍ଲଭ ସମ୍ମାନୀତ ଶିକ୍ଷକଙ୍କ ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ୭ ଜଣ ଶିକ୍ଷକ, ଶିକ୍ଷୟତ୍ରୀ ଦିଲ୍ଲୀପ କୁମାର ବେହେରା, ଜେ. କୁର୍ମା ରାଓ, ପ୍ରତିମା ଦାଶ, ରଶ୍ମିତା ପଟ୍ଟନାୟକ, ଶିବାନୀ ଦାଶ, ଉଦୟ ରଶ୍ମି ଦାସ ଓ ସୁଦାମ ସଣ୍ଢାଙ୍କୁ ମୂଖ୍ୟ ଅତିଥି ମାନପତ୍ର, ଉପଢୌକନ, ପୁଷ୍ପଗୁଚ୍ଛ ଓ ବୃକ୍ଷ ଦେଇ ସମ୍ମାନୀତ କରିଥିଲେ । ସମ୍ପାଦକ ଦ୍ୱାରିକା ପ୍ରସାଦ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । କ୍ଲବର ଚାର୍ଟର ସଭାପତି ପ୍ରଫୁଲ୍ଲ ପଟ୍ଟନାୟକ, ଡମ୍ବରୁଧର ସାହୁ, ଏମ୍‌. ବାସୁଦେବ ରାଓ, ଇ. ନାଗେଶ୍ଵର ରାଓ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.