om academy

ନିର୍ଯ୍ୟାତନାର ଶିକାର ହୋଇ ବଲାଙ୍ଗିର ଟାଉନ ଥାନାର ଦ୍ୱାରସ୍ଥ ହେଲେ ମହିଳା

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଝିଅ ଜନମ କଲି ବୋଲି ମୋ’ ସ୍ୱାମୀ ମୋତେ ଓ ମୋ’ ଝିଅମାନଙ୍କୁ ଛାଡି ଚାଲି ଆସିଲେ । ସେ ଆଉ ଆମ ପାଖ ମାଡୁ ନାହାନ୍ତି ବୋଲି ଜଣେ ଅସହାୟ ମହିଳା ଆଜି ବଲାଙ୍ଗିର ଟାଉନ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି । ଅଭିଯୋଗ ଅନୁସାରେ ସମ୍ବଲପୁର ଜିଲ୍ଲା ବୁର୍ଲା ଗୋଡ଼ପାଲିର ସ୍ଥାୟୀ ବାସିନ୍ଦା ସଂଗୀତା ମେହେର(୪୦) ପ୍ରାୟ ୧୩ ବର୍ଷ ହେଲା ବଲାଙ୍ଗିର ମାଲଗୋଦାମପଡ଼ାର ଭିକାରୀ ମେହେରଙ୍କ ଦ୍ୱିତୀୟ ପୁତ୍ର ଶିବୁ ମେହେରଙ୍କୁ ବୈଦିକ ରୀତିନୀତି ଅନୁସାରେ ବିବାହ କରିଥିଲେ । ଯଥା ସମ୍ଭବ ତାଙ୍କ ମା’ ବାପା ଯୌତୁକ ମଧ୍ୟ ପ୍ରଦାନ କରିଥିଲେ । ସ୍ୱାମୀ ସ୍ତ୍ରୀ ଏକାଠି ରହି ଦୁଇ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିଲେ । କିନ୍ତୁ କନ୍ୟା ସନ୍ତାନ ଜନ୍ମ କରିଥିବାରୁ ତାଙ୍କ ସ୍ୱାମୀ ଏବଂ ଶାଶୁ ଅତି ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ମାର୍‌ପିଟ୍‌ କରି ତାଙ୍କୁ ଘରୁ ଘଉଡାଇ ଦେଇଥିବା ସେ ଅଭିଯୋଗ କରିଛନ୍ତି । ଏପରିକି ତାଙ୍କୁ ଏବଂ ତାଙ୍କ ଛୁଆମାନଙ୍କୁ ଖାଇବା ପିନ୍ଧିବାକୁ ନଦେଇ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିଲେ ତାଙ୍କ ସ୍ୱାମୀ ଓ ଶାଶୁ ଘର ଲୋକେ । ଶେଷରେ ନିର୍ଯ୍ୟାତନା ସହି ନପାରି ଦୁଇ ଝିଅଙ୍କୁ ନେଇ ସେ ଅତାବିରାରେ ରହି କୁଲି ମଜୁରି କାମ କରି ଚଳୁଛନ୍ତି । କିନ୍ତୁ ତାଙ୍କୁ ସାମାନ୍ୟ ମଧ୍ୟ ସାହାଯ୍ୟ ସହଯୋଗ କରୁନାହାନ୍ତି ତାଙ୍କ ସ୍ୱାମୀ । ଆଜି ବଲାଙ୍ଗିର ଟାଉନ ଥାନାକୁ ଆସି ସଙ୍ଗୀତା ମେହେର ଅଭିଯୋଗ କରିବା ସହ ନ୍ୟାୟ ଭିକ୍ଷା କରିଛନ୍ତି ।

Leave A Reply

Your email address will not be published.