ବଲାଙ୍ଗିର, (ଦେବାଶିଷ ମିଶ୍ର) : ଷଡବଂଶୀୟ ୪୫୦୦ ଘର ଗଣ୍ଡ ସମାଜ ବିକାଶ ପରିଷଦର ସଭା ଲୋଇସିଂହା ବ୍ଲକ ଅନ୍ତର୍ଗତ ଛତାବାହାଲ ଗ୍ରାମରେ ସଭା ହୋଇ ନୂତନ କର୍ମକର୍ତ୍ତା ସଭାପତି ସେବାକର ମଲ୍ଲିକ, ସାଧାରଣ ସଂପାଦକ ବଳଭଦ୍ର ମରପାଚି, ଉପ-ସଭାପତି ବାସନ୍ତି ଧରୁଆ, ଯୁଗ୍ମ ସଂପାଦକ ଅର୍ଜୁନ ଭୋଇ, କୋଷାଧ୍ୟକ୍ଷ ଶୁଶାନ୍ତ ଭୋଇ ନିର୍ବାଚିତ ହୋଇଛନ୍ତି । ନବ ନିର୍ବାଚିତ ସଭ୍ୟ ସଭ୍ୟାଙ୍କୁ ବରିଷ୍ଠ ସମାଜ ବ୍ୟକ୍ତି ମୁରଲିଧର ମଲ୍ଲିକ ଶପଥ ପାଠ କରାଇ ସାଧାଜିକ ରୀତିନୀତିରେ ଚଳାଇବାକୁ ଉପଦେଶ ଦେଲେ । ଏହି ସଭାରେ ସ୍ଥାନୀୟ ବିଧାୟକ ଡ. ମୁକେଶ ମହାଲିଙ୍ଗ ଉପସ୍ଥିତ ରହି ମହିଳାମାନଙ୍କର ଶିକ୍ଷା ଏବଂ ସରକାରଙ୍କର ବିକାଶ ଦିଗରେ ଆଲୋକପାତ କରି କମ୍ୟୁନିଟି ସେଣ୍ଟର ପାଇଁ ୩ଲକ୍ଷ ଟଙ୍କା ଦେବା ପାଇଁ ଘୋଷଣା କଲେ । ଏହି ସଭାରେ ବରିଷ୍ଠ ସମାଜସେବୀ ଦ୍ୱିଜ ଦଳପତି, ଗଣନାଥ ଧରୁଆ, ସତ୍ୟନାରାୟଣ କୁମୁରା, ବିଘ୍ନରାଜ ଧରୁଆ, ବିରବର ଧରୁଆ, ନବୀନ ମଲ୍ଲିକ ତଥା ଶତାଧିକ ମାତୃଶକ୍ତି ଉପସ୍ଥିତ ଥାଇ ନାରୀ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଉ ବୋଲି ମତ ରଖିଥିଲେ ।