lika

ରତାଗଡ଼ ସେବା ସମବାୟ ସମିତିର ସଭାପତି ଭାବେ ନିର୍ଦ୍ଵନ୍ଦରେ ନିର୍ବାଚିତ ହେଲେ ମାନସ ମହାପାତ୍ର

gbag

ବାଙ୍କୀ : ରତାଗଡ଼ ସେବା ସମବାୟ ସମିତିର ସଭାପତି ଭାବେ ମାନସ ମହାପାତ୍ର ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି । ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧିନ ରତାଗଡ଼ ସେବା ସମବାୟ ସମିତିରେ ସଭାପତି ପଦବୀ ପାଇଁ ସୋମବାର ପାର୍ଥୀପତ୍ର ଦାଖଲ କରାଯାଇଥିଲା । ସୂଚନା ଅନୁଯାୟୀ, ବିଜୁ ଜନତା ଦଳର ସମର୍ଥିତ ସଭାପତି ପ୍ରାର୍ଥୀ ଭାବରେ ମାନସ ମହାପାତ୍ର ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ତାଙ୍କର ପ୍ରତିଦ୍ୱନ୍ଦୀ ଭାବରେ କେହି ପ୍ରାର୍ଥୀପତ୍ର ଦାଖଲ କରି ନଥିବାରୁ ନିର୍ବାଚନ ଅଧିକାରୀ ତାଙ୍କୁ ନିର୍ଦ୍ଵନ୍ଦରେ ସଭାପତି ଭାବରେ ନିର୍ବାଚିତ ହୋଇଥିବା ଘୋଷଣା କରିଛନ୍ତି । ତାଙ୍କର ଏହି ସଫଳତାରେ ସଂସାରୀ ସାହୁ, ସଦାଶିବ ବେହେରା, ସୌଦାଗର ସ୍ୱାଇଁ, ଅଯାତି ଚରଣ ସାହୁ, ସ୍ନେହପ୍ରଭା ମହାପାତ୍ର, ପାଣ୍ଡବ ସାହୁ, ଚିତ୍ରକଳା ସାହୁ, ସରୋଜ କୁମାର ସାହୁ, ପ୍ରହଲ୍ଲାଦ ବାରିକ, ନିବେଦିତା ରଣା, ବାବୁଲି ରାଉତ ପ୍ରମୁଖ ନିର୍ବାଚିତ ନିର୍ଦ୍ଦେଶକମାନେ ନବନିର୍ବାଚିତ ସଭାପତିଙ୍କୁ ଫୁଲହାର ପ୍ରଦାନ କରି ସ୍ୱାଗତ କରିଥିଲେ । ପ୍ରତିକ୍ରିୟାରେ ସଭାପତି ନିଜ ସେବା ସମବାୟ ସମିତିର ବିକାଶ ପାଇଁ କାର୍ଯ୍ୟ କରିବେ ବୋଲି ନିର୍ଦ୍ଦେଶକମାନଙ୍କୁ ଅନୁରୂପ ଅଭିନନ୍ଦନ ଜଣାଇ ପ୍ରତିଶୃତି ଦେଇଥିବା ସୂଚନା ମିଳିଛି ।

babaa
Leave A Reply

Your email address will not be published.