oom

ନିର୍ବାଚନ ସେକ୍ଟର ଅଧିକାରୀଙ୍କୁ ପ୍ରଶିକ୍ଷଣ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନିୟୋଜିତ ୨୦ଜଣ ସେକ୍ଟର ଅଧିକାରୀଙ୍କୁ ରବିବାର ନିର୍ବାଚନ ପରିଚାଳନା ପାଇଁ ସେମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପାଦନ ସମ୍ପର୍କରେ ଅବଗତ କରାଇବା ଲକ୍ଷ୍ୟ ନେଇ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ଡେଲାଙ୍ଗ ବ୍ଲକର ୨୯୧ ମତଦାନ କେନ୍ଦ୍ରରେ ନିୟୋଜିତ କର୍ମଚାରୀଙ୍କୁ ନିର୍ବାଚନ ପାଇଁ ଆବଶ୍ୟକ ଉପକରଣ ସାମଗ୍ରୀ ଯୋଗାଇଦେବା ସହ ମତଦାନ କେନ୍ଦ୍ରରେ ଫେବୃଆରୀ ୨୦ ରୁ ୨୨ ତାରିଖ ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ଉପସ୍ଥିତ ହୋଇ କର୍ତ୍ତବ୍ୟ ସମ୍ପାଦନ କରିବା ସମ୍ପର୍କରେ ବିସ୍ତୃତ ଭାବେ ପ୍ରଶିକ୍ଷଣ ଦିଆଯାଇଥିଲା । ବିଡ଼ିଓ ତଥା ନିର୍ବାଚନ ଅଧିକାରୀ ଦିଲ୍ଲୀପ କୁମାର ଷଡ଼ଙ୍ଗୀ, ତହସିଲଦାର ନିବେଦିତା ପରିଡ଼ା, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦୀପ୍ତ କୁମାର ନାୟକ ଓ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ରତିକାନ୍ତ ସାହୁ ସେକ୍ଟର ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦେଇଥିବା ନେଇ ବ୍ଲକ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି ।

jittmm
Leave A Reply

Your email address will not be published.