ବଲାଙ୍ଗିର, (ଦେବାଶିଷ ମିଶ୍ର) : ବୁବେଲ ଗ୍ରାମଠାରେ ତିରିଶ ଖଣ୍ଡ ଗ୍ରାମର ଶତାଧିକ ଗ୍ରାମ୍ୟ ସ୍ତରୀୟ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ପୁଇଁନ୍ତଲା ବ୍ଲକ କୁମ୍ଭାର ସମାଜର ପୁର୍ନଗଠନ କରାଯାଇଥିଲା । ସଭାପତି ଗୌର ରଣା, ସମ୍ପାଦକ କଳାକାହ୍ନୁ ରଣା, ସହ-ସଂପାଦକ ରାଜୀବ ରଣା, ଉପଖଣ୍ଡ ସଭାପତି ସତ କୁମାର ରଣା, ବିରପାର୍ଥ ରଣା, ଶ୍ରୀକର ରଣା, କୋଷାଧ୍ୟକ୍ଷ ମନୋଜ ରଣା, ଅଡିଟର ସୁଦାମ ରଣା, ମିଡିଆସେଲ ବୁଲୁ ରଣା ତଥା ଉପଦେଷ୍ଟା ମଣ୍ଡଳୀ ବିଶ୍ୱାମିତ୍ର ରଣା, ଅମିନ ରଣା, ରାଜେନ୍ଦ୍ର ରଣା, ଚପରାସି ରଣା, ଦଶରଥ ରଣା, ସତ୍ୟନାରାୟଣ ସର୍ବ ସମ୍ମତ୍ତି କ୍ରମେ ନିର୍ବାଚନ ହୋଇଥିଲେ । ସମସ୍ତ କର୍ମକର୍ତ୍ତାଙ୍କୁ ନିର୍ବାଚନ ଅଧିକାରୀ ନିଳାଞ୍ଚଳ ରଣା, ଟଙ୍କଧର ରଣା ଶପଥ ପାଠ କରାଇଥିଲେ । ଏଥିରେ ପୁଇଁନ୍ତଲା ବ୍ଲକର ବିଭିନ୍ନ ଗ୍ରାମରୁ ଶତାଧିକ ସଦସ୍ୟ ସହ ଜିଲ୍ଲା କମିଟିର ଉପଦେଷ୍ଟା ଅରୁଣ ରଣା, ଜୋନାଲ ସଭାପତି ବରୁଣ ରଣା, କୋଷାଧ୍ୟକ୍ଷ ନୃପରାଜ ରଣା, ଅନିଲ କୁମାର ରଣା, ପ୍ରମୋଦ ରଣା ଉପସ୍ଥିତ ଥିଲେ ।
Prev Post
Next Post