ନିର୍ବାଚନ ପ୍ରକ୍ରିୟା ହେବ ମଜବୁତ, ଆଇନଗତ ଢାଞ୍ଚାରେ ନିର୍ବାଚନ ପ୍ରକ୍ରିୟା ସୁଦୃଢ କରିବା ଲକ୍ଷ୍ୟ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତୀୟ ନିର୍ବାଚନ କମିଶନ ସମସ୍ତ ଜାତୀୟ ଏବଂ ରାଜ୍ୟସ୍ତରୀୟ ରାଜନୈତିକ ଦଳଙ୍କ ଠାରୁ ୩୦ ଏପ୍ରିଲ ୨୦୨୫ ସୁଦ୍ଧା ଜିଲ୍ଲା କିମ୍ବା ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ସ୍ତରରେ ସମାଧାନ ହୋଇନଥିବା ଯେ’ କୌଣସି ସମସ୍ୟାର ସମାଧାନ ପାଇଁ ପରାମର୍ଶ ଆମନ୍ତ୍ରଣ କରିଛନ୍ତି । ଆଜି ରାଜନୈତିକ ଦଳଗୁଡିକ ନିମନ୍ତେ ଜାରି କରାଯାଇଥିବା ଏକ ବ୍ୟକ୍ତିଗତ ଚିଠିରେ ଆଇନ ଅନୁଯାୟୀ ନିର୍ବାଚନ ପ୍ରକ୍ରିୟାକୁ ଆହୁରି ସୁଦୃଢ କରିବା ପାଇଁ ଉଭୟ ପକ୍ଷର ସୁବିଧାଜନକ ସମୟରେ ଦଳୀୟ ସଭାପତି ଏବଂ ବରିଷ୍ଠ ସଦସ୍ୟଙ୍କ ସହିତ ଏକ ଆଲୋଚନା କରିବାକୁ ମଧ୍ୟ ନିର୍ବାଚନ କମିଶନ ଇଚ୍ଛା ପ୍ରକାଶ କରିଛନ୍ତି । ଏହା ପୂର୍ବରୁ ଗତ ସପ୍ତାହରେ ଅନୁଷ୍ଠିତ ଏକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ସି.ଇ.ଓ.,ଡି.ଇ.ଓ ଏବଂ ଇ ଆର ଓ ମାନଙ୍କୁ ରାଜନୈତିକ ଦଳଗୁଡିକ ସହିତ ନିୟମିତ ଆଲୋଚନା କରିବାକୁ, ଏପରି ବୈଠକରେ ପ୍ରାପ୍ତ ଯେକୌଣସି ପରାମର୍ଶକୁ ପୂର୍ବରୁ ଥିବା ଆଇନଗତ ଢାଞ୍ଚା ମଧ୍ୟରେ କଡାକଡି ସମାଧାନ କରିବାକୁ ଏବଂ ୩୧ ମାର୍ଚ୍ଚ ୨୦୨୫ ସୁଦ୍ଧା କମିଶନ ନିକଟରେ ଏକ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ରାଜନୈତିକ ଦଳ ଗୁଡିକୁ ବିକେନ୍ଦ୍ରୀକରଣ ସମ୍ପର୍କର ଏହି ବ୍ୟବସ୍ଥାକୁ ସକ୍ରିୟ ଭାବରେ ବ୍ୟବହାର କରିବାକୁ ମଧ୍ୟ କମିଶନ ଅନୁରୋଧ କରିଥିଲେ । ନିର୍ବାଚନ ପ୍ରକ୍ରିୟାର ସମସ୍ତ ଦିଗକୁ ଅଧିନସ୍ଥ କରୁଥିବା ସାମ୍ବିଧାନିକ ଢାଞ୍ଚା ଅନୁଯାୟୀ କମିଶନ ଦ୍ଵାରା ଚିହ୍ନଟ କରାଯାଇଥିବା ୨୮ ଟି ହିତାଧିକାରୀଙ୍କ ମଧ୍ୟରୁ ରାଜନୈତିକ ଦଳଗୁଡିକୁ ଲେଖିଥିବା ଚିଠିରେ କମିଶନ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ଜନପ୍ରତିନିଧିତ୍ଵ ଆଇନ ୧୯୫୦ ଏବଂ ୧୯୫୧ ଭୋଟର ପଞ୍ଜୀକରଣ ନିୟମ, ୧୯୬୦ ନିର୍ବାଚନ ଆଚରଣ ନିୟମ, ୧୯୬୧ ସୁପ୍ରିମକୋର୍ଟ ଙ୍କ ନିର୍ଦ୍ଦେଶ ଏବଂ ସମୟ ସମୟରେ ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ଵାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ, ମାନୁଆଲ ଏବଂ ହ୍ୟଣ୍ଡବୁକ (ଯାହା ଭାରତୀୟ ନିର୍ବାଚନ କମିଶନରଙ୍କ ୱେବ୍ ସାଇଟ୍ ରେ ଉପଲବ୍ଧ) ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ପାଇଁ ଏକ ବିକେନ୍ଦ୍ରୀକୃତ, ଦୃଢ ଏବଂ ସ୍ୱଚ୍ଛ ଆଇନଗତ ଢାଞ୍ଚା ପ୍ରତିଷ୍ଠା କରାଯାଇଛି । ଭାରତୀୟ ନିର୍ବାଚନ କମିଶନ୍ ଏହାକୁ ଅନୁପାଳନ କରିବା ଏବଂ ଜିଲ୍ଲାର ସମସ୍ତ ରାଜ ନୈତିକ ଦଳ ମାନଙ୍କୁ ସମସ୍ୟାର ସମାଧାନ ପାଇଁ ପରାମର୍ଶ ଆମନ୍ତ୍ରଣ କରିଛନ୍ତି ।

Leave A Reply

Your email address will not be published.