
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହରାଞ୍ଚଳ ସ୍ଥିତ ରାଧାରାଣୀ ପଡାର ଲକ୍ଷ୍ମୀ ବଗର୍ତ୍ତି ଓରଫ୍ ଲକ୍ଷ୍ମୀ ଭୁଏ ଦିର୍ଘ ୩ ବର୍ଷ ହେଲା ସ୍ୱାମୀ ପରିତକ୍ତା ହୋଇ ବହୁତ ଦୁଃଖରେ ସୁଦପଡା ଠାରେ ଜିବନ କାଟୁଥିଲେ । ଶେଷରେ ସମାଜସେବୀ ତଥା ଓ.ବି.ଏମ୍ ସଭାପତି ଇଣ୍ଟରନେସନାଲ ହ୍ୟୁମେନ୍ ରାଇଟ୍ ଫୋରମର ଜଏଣ୍ଟ ସେକ୍ରେଟରୀ ଜିତେନ୍ଦ୍ର କୁମାର ତ୍ରିପାଠିଙ୍କ ସହାୟତାରେ ସାଲେପାଲି ସ୍ଥିତ ବୟୋଜ୍ୟେଷ୍ଠ ନାଗରିକ ଆବସରେ ରହିବା ପାଇଁ ସୁଯୋଗ ପାଇଲେ । ଏଥିରେ ଅଫିସର ତଥା ରମାକାନ୍ତ ସାହୁ ମଧ୍ୟ ସହଯୋଗ କରିଥିଲେ ।