ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଗ୍ୟାସ ଲିକ୍‌ ଘଟଣାରେ ମୃତ୍ୟୁ ସଂଖ୍ୟା ୪ କୁ ବୃଦ୍ଧି, ୨ ଅଧିକାରୀ ନିଲମ୍ବିତ

ରାଉରକେଲା : ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବିଷାକ୍ତ ଗ୍ୟାସ୍‌ ଲିକ ଘଟଣାରେ ମୃତ୍ୟୁ ସଂଖ୍ୟା ୪କୁ ପହଂଚିଛି । ଆଜି ସକାଳୁ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବିଷାକ୍ତ ଗ୍ୟାସ ଲିକ ହେବା ଯୋଗୁଁ ୧୦ ଜଣ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ କର୍ମଚାରୀ ଅସୁସ୍ଥ ହୋଇ ପଡିଥିଲେ । ସେମାନଙ୍କ ମଧ୍ୟରୁ ପ୍ରଥମେ ୨ ଜଣ କର୍ମଚାରୀଙ୍କର ମୃତ୍ୟୁ ଘଟିଥିବା ବେଳେ ପରବର୍ତ୍ତୀ ସମୟରେ ଆଉ ୨ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ତେବେ ୪ ଜଣ କର୍ମଚାରୀଙ୍କର ମୃତ୍ୟୁ ଘଟଣାକୁ ନେଇ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ କର୍ତ୍ତୁପକ୍ଷ ୨ ଡିଜିଏମ ପାହ୍ୟା ଅଧିକାରୀଙ୍କୁ କାର୍ଯ୍ୟରେ ଅବହେଳା ଦର୍ଶାଇ ନିଲମ୍ବିତ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.