ସମୁଦ୍ରକୂଳ ପୋଡମପେଟ୍ଟାରେ ଡଙ୍ଗା ଓଲଟି ଜଣେ ନିଖୋଜ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସବୁ ଦିନପରି ଆଜି ମଧ୍ୟ ସକାଳୁ ସକାଳୁ ବଢ଼ି ଅନ୍ଧାରରୁ ମାଛ ମାରିବାକୁ ଡ଼ଙ୍ଗା ସାହାଯ୍ୟରେ ସାତ ଜଣ ସାଥୀ ହୋଇ ବାହାରିଥିଲେ, ସେମାନେ ଛତ୍ରପୁର ନିକଟସ୍ଥ ନୋଳିଆନୂଆଗାଁର ବାସିନ୍ଦା ସାତଜଣ ଡଙ୍ଗାରେ ବସି ସମୁଦ୍ରକୂଳ ପୋଡମପେଟ୍ଟା ପର୍ଯ୍ୟନ୍ତ ଯାଇଥିବା ବେଳେ ବଡ଼ ଧରଣର ଲହଡ଼ା ଆସିଥିଲା । ସେଠି ଡଙ୍ଗାଟି ଭାରସାମ୍ୟ ହରାଇ ଡ଼ଙ୍ଗା ଓଲଟି ପଡିଥିଲା । ସେଠାରେ କମ୍ ବେଗରେ ପବନ ବୋହି ଥିବା ସାଂଗକୁ ବଡ଼ ଧରଣର ଲହଡ଼ା ଆସିଥିଲା, ଫଳରେ ଡ଼ଙ୍ଗା ଓଲଟି ପଡିବାରୁ ସମସ୍ତେ ଅଶାନ୍ତ ସମୁଦ୍ର ଜଳରେ ପହିଁରି ପହିଁରି ମାତ୍ର ଛଅ ଜଣ ଡ଼ଙ୍ଗାକୁ ଧରିଥିଲେ, କିନ୍ତୁ ଅନ୍ୟ ଜଣେ ନିଖୋଜ ହୋଇଯାଇଥିଲା । ନିଖୋଜ ଯୁବକ ହେଉଛନ୍ତି, ଅଗସ୍ତି ନୂଆଗାଁ ପଞ୍ଚାୟତର ସାନ-ନୋଳିଆ ନୂଆଗାଁ ସ୍ଥିତ ରାଜାମ୍ମା ସାହିର ଏ. ଜେଙ୍ଗାଲିଙ୍କ ପୁତ୍ର ଏଙ୍ଗ.କାଳେୟା (୪୯ ବର୍ଷ ) ବୋଲି ଜଣାଯାଇଛି । ଘଟଣାସ୍ଥଳ ପରିଦର୍ଶନରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ପହଞ୍ଚି ଲୋକଙ୍କ କଥାବାର୍ତ୍ତା ହୋଇ ଲୋକଙ୍କ ଅଭିଯୋଗ ଶୁଣି ପ୍ରଶାସନ ସହ ଆଲୋଚନା କରିଛନ୍ତି, ବୋଲି ଜଣାଯାଏ ।

Leave A Reply

Your email address will not be published.