ବଲାଙ୍ଗିରରେ ସ୍କୁଲ ଯାଇ ୨ ଜଣ ଛାତ୍ର ନିଖୋଜ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ କଂସାରୀପଡାର ବାସୁଦେବ ନାଗଙ୍କ ପୁଅ ୱାସିମ ସ୍କୁଲ ଯାଇ କେଉଁଆଡେ ନିଖୋଜ ହୋଇଯାଇଛନ୍ତି । ଏନେଇ ବାସୁଦେବ ଆଜି ଟାଉନ ଥାନାରେ ଅଭିଯୋଗ କରି ପୁଅକୁ ଖୋଜିବାକୁ ଦାବୀ କରିଛନ୍ତି । ୱାସିମ ଓ ତାଙ୍କ ସାଙ୍ଗ ବିଟୁ ପିପି ଏକାଡେମୀକୁ ଆସୁଥିଲେ । ହେଲେ ସ୍କୁଲରେ ପହଞ୍ଚିନଥିଲେ । ଏପଟେ ପରିବାର ଲୋକେ ଖବର ପାଇ ବହୁ ଆଡେ ଖୋଜାଖୋଜି କରିଥିଲେ । ହେଲେ ପାଇ ନଥିଲେ । ତେବେ ଆଜି ବାଧ୍ୟ ହୋଇ ଟାଉନ ଥାନାର ଦ୍ୱାରସ୍ଥ ହୋଇଛନ୍ତି ପରିବାର ଲୋକେ ।

Leave A Reply

Your email address will not be published.

error: Content is protected !!