oum

ସମୁଦ୍ରରେ ୨ ମାଛଧରା ବୋଟ୍‌ ନିଖୋଜ

jsm

ପାରାଦୀପ : ପାରାଦୀପ ମାଛଧରା ବନ୍ଦର ପରିସରରୁ ସମୁଦ୍ରକୁ ଯାଇଥିବା ଦୁଇଟି ମାଛଧରା ବୋଟ ରବିବାର ନିଖୋଜ ହୋଇଯାଇଛି । ସେମାନଙ୍କୁ ଉଦ୍ଧାର ପାଇଁ ମତ୍ସ୍ୟ ବିଭାଗ ପକ୍ଷରୁ ରାତିରେ କୋଷ୍ଟଗାର୍ଡ ଓ ମେରାଇନ ପୋଲିସକୁ ଚିଠି (ନଂ-୧୫୭/୧୫-୦୧-୨୩)ଯୋଗେ ଅନୁରୋଧ କରାଯାଇଛି । ଏଥିରେ ଦର୍ଶାଯାଇଛି, ୨ଟି ବୋଟ୍‌ ସମୁଦ୍ରର ୮୮ ନଟିକାଲ ମାଇଲ (୧୫୮କିମି)ଦୂରରେ ନିଖୋଜ ହୋଇଯାଇଛି । ସେଥିରେ ଥିବା ଚାଳକ ଅଶୋକ ମିିର୍ଦ୍ଧାଙ୍କ ସୂଚନା ଅନୁସାରେ, ୧୩ ଜଣ ମତ୍ସ୍ୟଜୀବୀଙ୍କ ପତ୍ତା ମିଳୁନି । ଏବେ ସମ୍ପୃକ୍ତ ଚାଳକଙ୍କ ସହ ଆଉ କୌଣସି ଯୋଗାଯୋଗ ହୋଇପାରୁନାହିଁ । ସେଥିପାଇଁ କୋଷ୍ଟଗାର୍ଡ ପାରାଦୀପଠାରୁ ଉତ୍ତର ପୂର୍ବ ସମୁଦ୍ର ସୀମାରେ ପାଟ୍ରୋଲିଂ ଜାହାଜ ଜରିଆରେ ଉଦ୍ଧାର ପାଇଁ ନିବେଦନ କରିଛନ୍ତି । କୋଷ୍ଟଗାର୍ଡର ଏକ ଜାହାଜ ନିଖୋଜ ବୋଟ ସନ୍ଧାନରେ ଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.