
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ଥାନା ଅନ୍ତର୍ଗତ କୁମ୍ଭେପଡାର ନରେଶ ବାଗ ନାମକ ଜଣେ ଯୁବକ ସନ୍ଦେହଜନକ ଭାବେ ନିଖୋଜ ଅଛନ୍ତି । ୨୩ ଦିନ ହେଲା ତାଙ୍କର ପତ୍ତା ମିଳୁନି । ରାଜନୈତିକ ରାଗ ରଖି କେହି ତାଙ୍କୁ ଅପହରଣ କରିଥିବା ପରିବାର ଲୋକ ସନ୍ଦେହ କରୁଛନ୍ତି । ଏ ନେଇ ମଙ୍ଗଳବାର ନିଖୋଜ ଯୁବକଙ୍କ ମା’ ଓ ପଡୋଶୀ ଲୋକ ମିଶି ଏସ୍ପିଙ୍କୁ ଭେଟି ଘଟଣା ବିଷୟରେ ଜଣାଇଛନ୍ତି । ବଙ୍ଗୋମୁଣ୍ଡା ଚାରିଛକ ପାଖରୁ ତାଙ୍କୁ ରାଜନୈତିକ ରାଗ ରଖିଥିବା କିଛି ବ୍ୟକ୍ତି ତାଙ୍କ ପୁଅକୁ ଉଠାଇ ନେଇଥିବା ସନ୍ଦେହ କରୁଛନ୍ତି । ଏ ଦିଗରେ ପୁଲିସ ତଦନ୍ତ କରୁ ବୋଲି ସେ ଦାବୀ କରିଛନ୍ତି ।