om academy

ଇନ୍ଦ୍ରାବତୀ ଜଳ ଭଣ୍ଡାରରେ ଜଣେ ନିଖୋଜ

jsm

କଲମପୁର : ଜଣେ ବ୍ୟକ୍ତି ଗାଧୋଇବାକୁ ଯାଇ ଇନ୍ଦ୍ରାବତୀ ଜଳ ଭଣ୍ଡାର ମଧ୍ୟରେ ନିଖୋଜ ହେବା ଘଟଣା ଏବେ ଥୁଆମୁଲ ରାମପୁର ଅଂଚଳରେ ଆଲୋଡନ ସୃଷ୍ଟି କରିଛି । ଅନେକ ଖୋଜା ଖୋଜି କରିଥିଲେ ମଧ୍ୟ ନିଖୋଜ ବ୍ୟକ୍ତିଙ୍କ ଖବର ମିଳି ନାହିଁ । ସୂଚନା ଅନୁସାରେ ଥୁଆମୁଳ ରାମପୁର ଥାନା ଅଧିନସ୍ଥ ଗୋପିନାଥପୁର ପଂଚାୟତ ଅନ୍ତର୍ଗତ ଦୁର୍ଖାଲ ଗ୍ରାମର ପିତବାସ ନାଏକ ନାମକ ଜନୈକ ବ୍ୟକ୍ତି ନିକଟସ୍ଥ ଇନ୍ଦ୍ରବତୀ ଜଳଭଣ୍ଡାର ମଧ୍ୟକୁ ପ୍ରତିଦିନ ଭଳି ମଙ୍ଗଳବାର ଦିନ ମଧ୍ୟ ଗାଧୋଇବା ପାଇଁ ଯାଇଥିଲେ । କିନ୍ତୁ ଗାଧୋଇବାକୁ ଯାଇ ଆଉ ଘରକୁ ସେ ଫେରିନଥିବାରୁ ଘର ଲୋକ ଇନ୍ଦ୍ରାବତୀ ଜଳ ଭଣ୍ଡାର ମଧ୍ୟରେ ବୁଡିଯାଇ ନିଖୋଜ ହୋଇଥିବା ସନ୍ଦେହ କରି ତୁରନ୍ତ ଥୁଆମୁଳ ରାମପୁର ଅଗ୍ନିଶମ ବାହିନୀ ସହ ଯୋଗାଯୋଗ କରିଥିଲେ । ଥୁଆମୁଳ ରାମପୁର ପୁଲିସ ଏବଂ ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣା ସ୍ଥଳରେ ପହଂଚି ଉକ୍ତ ବ୍ୟକ୍ତିଙ୍କୁ ଠାବ କରିବା ପାଇଁ ଖୋଜା ଖୋଜି କରିଥିଲେ ମଧ୍ୟ ଖବର ଲେଖା ହେବା ଯାଏଁ ନିଖୋଜ ବ୍ୟକ୍ତିଙ୍କ ଖୋଜ ଖବର ମିଳି ନାହିଁ । ଅନ୍ୟପଟେ ନିଖୋଜ ବ୍ୟକ୍ତିଙ୍କ ପରିବାର ଲୋକ ଆଶା ଓ ଆଶଙ୍କାରେ ରହିଛନ୍ତି । ବର୍ତମାନ ଇନ୍ଦ୍ରାବତୀ ଜଳ ଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଁ ୬୪୦.୫୯ରେ ପହଂଚି ସାରିଥିବାରୁ ପାଣି ଭିତରେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି ।

Leave A Reply

Your email address will not be published.