ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଯୁବ କଂଗ୍ରେସ ପାଇଁ ଖୁସି ଖବର । ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକର ଯୁବ ନେତା ଅମିତ ନାୟକଙ୍କୁ ଦଳ ରାଜ୍ୟ ଯୁବ କଂଗ୍ରେସ ପ୍ରବକ୍ତା ଭାବରେ ନିଯୁକ୍ତ କରିଛି । ଗତକାଲି ସେପଟେମ୍ବର ୧୫ ତାରିଖରେ ରାଷ୍ଟ୍ରୀୟ ଜାତୀୟଯୁବ କଂଗ୍ରେସ ସଭାପତି ଶ୍ରୀନିଭାସ ବିଭି ଓଡିଶା ପ୍ରଦେଶ ଯୁବ କଂଗ୍ରେସ ପାଇଁ ୯ଜଣଙ୍କୁ ପ୍ରବକ୍ତା ଭାବରେ ମନୋନୀତ କରିଛନ୍ତି । ଏହି ଟିମ୍ରେ ମହମ୍ମଦ ମହସିନ, ଉମାଶଙ୍କର ଭୋସାଗର, ଦୀନେଶରଂଜନ ରାଉତ, ଅଭନିଶ ଗମାଙ୍ଗୋ, ଲିଲି ସୋଡି, ସୌମ୍ୟରଂଜନ ବେଉରା, ବସନ୍ତ କୁମାର ପାଢୀ, ଅମିତ କୁମାର ନାୟକ ଓ ଇଂ.ନିହାର ରଂଜନ ବେହୁରା ରହିଛନ୍ତି । ଆଗକୁ ଏହି ଟିମ୍ରେ ଦେଶରେ କଂଗ୍ରେସକୁ ନେତୃତ୍ୱ ଦେଉଥିବା ମ୍ଲିକାର୍ଜୁନ ଖାଡଗେ, ଶ୍ରୀମତୀ ସୋନିଆଁ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ସହଯୋଗ କରି ମଜବୁତ କରିବେ ବୋଲି ଦଳ ଆଶା କରିଛି । ଏହି ନିିଯୁକ୍ତି ପାଇଁ ଜାତୀୟଯୁବ କଂଗ୍ରେସ ସଭାପତି ଶ୍ରୀନିଭାସ ବିଭି, ସାଧାରଣ ସଂପାଦକ ପୂର୍ଣ୍ଣଚନ୍ଦ୍ର ପାଢୀ, ସ୍ମୃତୀ ଲେଙ୍କା, ପିସିସି ସଭାପତି ଶରତ ପଟ୍ଟନାୟକ, ଏଆଇସିସି ସଭ୍ୟ ବିଧୁଭୂଷଣ ତ୍ରୀପାଠୀଙ୍କୁ ଅମିତ ନାୟକ କୃତଜ୍ଞତା ଜ୍ଞାପନ କରିଛନ୍ତି ।