ସାତ ମାସ ହେଲା ବାବୁଲାଲ ନିଖୋଜ : କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ବେଲଗାଁ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ବେଳଗାଁର ବାବୁଲାଲ ତିୱାରୀ ଦୀର୍ଘ ସାତ ମାସ ହେବ ନିଖୋଜ ରହିଛନ୍ତି । ଏନେଇ ବେଲଗାଁ ଫାଣ୍ଡିରେ ଅଭିଯୋଗ ହୋଇଥିବା ବେଳେ ନିଖୋଜ ବାପାଙ୍କୁ ଖୋଜିଆଣିବାକୁ ଝିଅ ପୁଣି ଫାଣ୍ଡି ପୁଲିସ ପାଖରେ ନିବେଦନ କରିଥିବା ବେଳେ ବର୍ତମାନ ର୍ଯ୍ୟନ୍ତ ପୋଲିସ ଟେର ପାଉ ନ ଥିବା ବେଳେ କୁମ୍ଭକର୍ଣ୍ଣ ନିଦ୍ରାରେ ବେଲଗାଁ ଫାଣ୍ଡି ଅଧିକାରୀ ଜୀବର ଧନ ମେହେର ଶୋଇ ଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଯେ, ଗତ ଡ଼ିସେମ୍ବର ମାସ ୧୦ ତାରିଖ ରାତିରେ ଖାଇ ସାରିବା ପରେ ପରିବାରବର୍ଗ ସମସ୍ତେ ଶୋଇବାକୁ ଯାଇଥିଲେ । ହେଲେ ଭୋରରୁ ଦେଖିବା ବେଳକୁ ବାବୁଲାଲ ନ ଥିବା ବେଳେ ପରିବାର ଲୋକେ ଖୋଜାଖୋଜି କରିବା ପରେ ମଧ୍ୟ ପାଇନଥିଲେ । ଶେଷରେ ତାଙ୍କ ଝିଅ ସ୍ନେହା ତିୱାରୀ ବେଳଗାଁ ଫାଣ୍ଡିରେ ଅଭିଯୋଗ କରିଥିଲେ । ହେଲେ ଆଜି ପର୍ଯ୍ୟନ୍ତ କୌଣସି ଖୋଜଖବର ମିଳିନାହିଁ । ତେଣୁ ଝିଅ ସ୍ନେହା ତାଙ୍କ ବାପାଙ୍କୁ ଖୋଜିଆଣିବା ପାଇଁ ଅନେକ ଥର ପୁଲିସକୁ ନିବେଦନ କରିଥିବା ବେଳେ ପୋଲିସର ଭୂମିକାକୁ ଆହୁରି ସନ୍ଦେହ ଦେଖା ଦେଇଛି । ଅନ୍ୟପଟେ ବେଲଗାଁ ପୋଲିସ ବାବୁ ଜଣକ ନିଖୋଜ ଥିବା ବ୍ୟକ୍ତିଙ୍କୁ ଅଭିଯୋଗ ପରେ ମଧ୍ୟ କାହିଁକି ଖୋଜାଖୋଜି କରୁନାହାନ୍ତି ନାଁ ଜାଣିକି ଚୁପଚାପ ରହୁଛନ୍ତି ତାହାକୁ ନେଇ ଉଠିଲା ବଡ଼ ପ୍ରଶ୍ନ….ନିଖୋଜ ଥିବା ବ୍ୟକ୍ତି ଘର ସାମ୍ନାରେ ଏକ ଏଟିଏମ ମଧ୍ୟ ରହିଛି ଓ ସିସିଟିଭି ମଧ୍ୟ ଲାଗିଛି ହେଲେ କିଭଳି ଭାବେ ଭିଡିଓ ରହିଲା ନାହିଁ ଘଟଣାକୁ ନେଇ ଅନେକ ସନ୍ଦେହ ଦେଖା ଦେଇଛି । ବେଲଗାଁ ଫାଣ୍ଡିର ଶ୍ରୀଯୁକ୍ତ ମେହେର ଦାୟିତ୍ୱ ନେବା ପରେ ଚୋରୀ, ଡ଼କାୟତ ବଢ଼ିବାରେ ଲାଗିଛି ବେଲଗାଁ ପଟରୁ ଅନେକ ଗାଡି ମଟର ଯାତାୟାତ କରୁଥିବା ବେଳେ ଗଞ୍ଜେଇ, ଚାଉଳ, ମହୁଳ ଫୁଲ, ମଦ ଭଳି ଅନେକ ଦ୍ରବ୍ୟ ବେଆଇନ ଭାବେ ଚୋରା ଚାଲାଣ ହେଉଛି ହେଲେ ବାବୁ ଜଣକୁ ମୋଟା ଅଙ୍କର ନେଇ ଛାଡି ଗୁଡିକ ଛାଡୁ ଥିବା ଚର୍ଚ୍ଚା ହେଉଛି । ବେଆଇନ ଗାଡିକୁ ସନ୍ଦେହ କଲେ ଗାଡିକୁ ଦୌଡେଇ ଦୌଡେଇ ଧରି ଡିଲ କରି ଛାଡି ଦେଉ ଥିବା ସାଙ୍ଘାତିକ ଅଭିଯୋଗ ଆସିଛି । ତେବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦୃଷ୍ଟି ଦେଇ ନିଖୋଜ ବ୍ୟକ୍ତିକୁ ଉଦ୍ଧାର କରିବା ସହ ଦାୟିତ୍ୱ ଥିବା ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି । ଏନେଇ ବେଲଗାଁ ଫାଣ୍ଡି ଅଧିକାରୀ ଜୀବର ଧନ ମେହେରଙ୍କୁ ଫୋନ ଯୋଗେ ପଚାରିବାରୁ ତୁମେ କିଏ ତମକୁ କାହିଁକି ଉତ୍ତର ଦେବୁ ବୋଲି ରୋକଠୋକ ଉତ୍ତର ଦେଇଛନ୍ତି ।

jittmm
Leave A Reply

Your email address will not be published.