ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହରର ଅତି ନିକଟରେ ଥିବା ସମସ୍ତ ଜଙ୍ଗଲ ଗୁଡ଼ିକରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି । ସଦେଇପାଲି ହାତୀପାହାଡ଼, ପଥରଚେପା ସୁଲିଆ ପାହାଡ, ମଟଖାଇ, ବିଜାଖମନ୍ ଜଙ୍ଗଲରେ ନିଆଁ ବ୍ୟାପି ଅତି ମୂଲ୍ୟବାନ ଗଛ ନଷ୍ଟ ହେବା ସହିତ ନୀରିହ ବନ୍ୟଜନ୍ତୁଙ୍କର ପ୍ରାଣହାନୀ ଘଟୁଥିବା ସାଧାରଣରେ ଆଲୋଚନା ହେଉଛି । ଏଥିଯୋଗୁଁ ବଲାଙ୍ଗିର ସହରର ତାପମାତ୍ରା ବୃଦ୍ଧି ସହିତ ବାୟୁ ପ୍ରଦୂଷଣ ହେଉଥିବାରୁ ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବା ସାଧାରଣରେ ଅଭିଯୋଗ ହେଉଛି । ତେବେ ଜଂଗଲରେ ବ୍ୟାପିଥିବା ନିଆଁକୁ ଆୟତ୍ତ କରିବାକୁ ଦାବୀ ହେଉଛି ।
Prev Post