ଜଙ୍ଗଲରେ ଲାଗିଲା ନିଆଁ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ବନ ବିଭାଗ ରେଞ୍ଜ ଅଧିନସ୍ଥ ଭୁଷଣ୍ଡପୁର ଫରେଷ୍ଟ ଅଧିନ ଖଜୁରୀଆ ଜଙ୍ଗଲରେ ନିଆଁ ଲାଗିଥିବା ଜଣାପଡିଛି । ଏହି ନିଆଁ ମଧ୍ୟରେ ବହୁ ମୂଲ୍ୟବାନ ଗଛ ଓ ଚାରାଗଛ ସବୁ ଜଳିପୋଡି ପାଉଁଶ ହୋଇଯାଇଛି । ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଥିବା ବେଳେ ଜଙ୍ଗଲର ବିରାଟକାୟ ଏରିଆରେ ଏହି ନିଆଁ ବ୍ୟାପୀଥିବାରୁ ନିଆଁକୁ ଆୟତ୍ତ କରିବା ଦମକଳ ବାହିନୀ ପାଇଁ ମୁସ୍କିଲ ହୋଇଛି । ନିଆଁ କିଭଳି ଲାଗିଲା ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଦମକଳ ବାହିନୀ, ବନ ବିଭାଗ କର୍ମଚାରୀ ଏବଂ ସ୍ଥାନୀୟ ଯୁବଗୋଷ୍ଠୀଙ୍କ ଦ୍ଵାରା ନିଆଁ ଲିଭା କାର୍ଯ୍ୟ ଚାଲିଛି । ତେବେ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡିନାହିିଁ । ତଦନ୍ତ ପରେ ସ୍ପଷ୍ଟ ଜଣାପଡିବ ବୋଲି ଟାଙ୍ଗୀ ବନ ବିଭାଗର ରେଞ୍ଜର ରବୀନ୍ଦ୍ର ପଣ୍ଡା କହିଛନ୍ତି ।

Leave A Reply

Your email address will not be published.