oom

କଂଗ୍ରେସକୁ ପୁଣି ବଡ଼ ଝଟ୍‌କା : ବିଜେଡ଼ିରେ ସାମିଲ୍‌ ହେଲେ ଶତାଧିକ କଂଗ୍ରେସ ନେତା ଓ କର୍ମୀ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : କଂଗ୍ରେସକୁ ପୁଣି ଏକ ବଡ଼ ଝଟ୍‌କା । ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ମନହୀରା ପଞ୍ଚାୟତ ଅଧୀନସ୍ଥ ଅମାମୁଣ୍ଡା ଗାଁରେ ବିଜେଡ଼ିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିବା ବେଳେ ଏଠାରେ ଶତାଧିକ କଂଗ୍ରେସ ନେତା ଓ କର୍ମକର୍ତ୍ତାମାନେ ବିଜେଡ଼ିରେ ସାମିଲ୍‌ ହୋଇଛନ୍ତି । ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନିର୍ମଳ ଭାବମୂର୍ତ୍ତି , ବିକାଶ ଧାରା ଓ ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂଦେଓ ଙ୍କ କାର୍ଯ୍ୟଶୈଳୀରେ ଅନୁପ୍ରାଣିତ ହୋଇ ବଲାଙ୍ଗୀର ବ୍ଲକ ମନହୀରା ଗ୍ରାମ ପଂଚାୟତର ସମିତି ସଭ୍ୟ ଅକ୍ଷୟ ବେହେରା, ପୂର୍ବତନ ସମିତି ସଭ୍ୟ ମନୋରଂଜନ ମିଶ୍ର, ଅବସରପ୍ରାପ୍ତ ଅଧିକାରୀ ତ୍ରିନାଥ ବେହେରା, ବରିଷ୍ଠ କଂଗ୍ରେସ ନେତା ଯଜ୍ଞ ବାଗଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗଦାନ କରିଥିବା ସୂଚନା ରହିଛି । ତେବେ ବିଜେଡ଼ିର ଏହି ମିଶ୍ରଣ ପର୍ବ କଂଗ୍ରେସ ପାଇଁ ଘାତକ ହେବ ବୋଲି ଅଂଚଳରେ ଚର୍ଚ୍ଚା ହେଉଛି ।

jittmm
Leave A Reply

Your email address will not be published.