ଭରସା ପୋର୍ଟାଲ୍ ଖୋଲି ଚର୍ଚ୍ଚାରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶା ବିଧାନ ସଭାର ୧୨୭- ଛତ୍ରପୁର ନିର୍ବାଚନ ମଣ୍ଡଳୀ କ୍ଷେତ୍ରର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଲୋକଙ୍କ ହାରି ଗୁହାରି ଶୁଣିବା ନିମନ୍ତେ “ଭରସା” ପୋର୍ଟାଲ୍ ଖୋଲି ଏକ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି । ଏହି ପୋର୍ଟାଲ୍ ମାଧ୍ୟମ ଖୋଲି ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ସାରା ଓଡ଼ିଶାରେ ଏକ ଚର୍ଚ୍ଚିତ ବ୍ୟକ୍ତିତ୍ଵର ପରିଚୟ ସୃଷ୍ଟି କରିଛନ୍ତି । ଯାହା ବିଭିନ୍ନ ମହଲରେ ତାଙ୍କୁ ସାଧୁବାଦର ସହ ଭୂରି ଭୂରି ପ୍ରଶଂସା କରାଯାଇଛି । ଏହି ଡିଜିଟାଲ ପ୍ଲାଟଫର୍ମ ଜନସାଧାରଣଙ୍କୁ ଅଭିଯୋଗ ଦାଖଲ କରିବାରେ ଖୁବ୍ ସହଜସାଧ୍ୟ ହୋଇ ପାରିବ ଏବଂ ସମାଧାନ ପ୍ରକ୍ରିୟାକୁ ଅଧିକ ସଫଳ ରୂପାୟନ ଆଣିବ ବୋଲି କୁହାଯାଇଛି । ଛତ୍ରପୁରର ବିଭିନ୍ନ ଅଞ୍ଚଳ ଯଥା ଛତ୍ରପୁର ନିର୍ବାଚନ ମଣ୍ଡଳୀ କ୍ଷେତ୍ରର ଛତ୍ରପୁର ବ୍ଲକ୍, ଗଞ୍ଜାମ ବ୍ଲକ୍, ଛତ୍ରପୁର, ଗଞ୍ଜାମ ଓ ରମ୍ଭା ସହରାଞ୍ଚଳର ତିନୋଟି ଏନ୍. ଏ. ସି. ଅଞ୍ଚଳର ଲୋକେ ଏହି ଡିଜିଟାଲ ପୋର୍ଟାଲ୍ ବହୁ ମାତ୍ରାରେ ଉପକୃତ ହେବେ ବୋଲି କୁହାଯାଇଛି । ଲୋକଙ୍କ ସାଧାରଣ ଅଭିଯୋଗକୁ ଯେ କୌଣସି ଲୋକ ବି ନିଜର ବ୍ୟକ୍ତିଗତ ସମସ୍ୟା https://www.krushnafor odisha.com ଏହି ୱେବସାଇଟରେ ବ୍ୟବହାର କରିବାର ସୁଯୋଗ ଲାଭ କରିପାରିବେ । ସାଇଟ ଖୋଲି ନିଜ ନାମ ନମ୍ବର ଠିକଣା ସହ ସମସ୍ୟା ଟାଇପ କଲେ ସିଧାସଳଖ ଆପଣଙ୍କ ସମସ୍ୟା ପହଞ୍ଚିପାରିବ । ଯାହା ଏହି ପୋର୍ଟାଲ ଜନସାଧାରଣଙ୍କ ସହ ସିଧାସଳଖ ଯୋଗାଯୋଗ ବିଧାୟକଙ୍କ ସହ ସମ୍ପର୍କ ସ୍ଥାପନ କରିହେବ ଏବଂ ସେମାନଙ୍କ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଏକ ସଫଳ ମାଧ୍ୟମ ହେବ ବୋଲି କୁହାଯାଇଛି । ଏହି ଡିଜିଟାଲ ପ୍ଲାଟଫର୍ମ ପୋର୍ଟାଲରେ ପ୍ରେରଣ କଲେ ତାହାର ଉପଯୁକ୍ତ ସମସ୍ୟାକୁ ବିଧାୟକ ଦୃଷ୍ଟିପାତ କରି ଉକ୍ତ ସମସ୍ୟାର ସମାଧାନ କରିପାରିବେ ବୋଲି ଦୃଢ ପ୍ରତିଶ୍ରୁତି ଦେଇଛନ୍ତି । ପ୍ରତ୍ୟେକ ସମସ୍ୟାକୁ ଲୋକଙ୍କ ପାଖରେ ଆଶୁ ସମାଧାନ ପହଞ୍ଚାଇବାକୁ ଏହି “ଭରସା” ପୋର୍ଟାଲ୍ ଏକ ନିର୍ଭରଶୀଳ ମାଧ୍ୟମ ହୋଇପାରିବ ବୋଲି ବିଧାୟକ ଶ୍ରୀ ନାୟକ କହିଛନ୍ତି । ଏହି ମାଧ୍ୟମ ଦ୍ଵାରା ଲୋକେ ସହଜରେ ଅନେକ କ୍ଷେତ୍ରରେ ଉପକୃତ ହୋଇପାରିବେ ବୋଲି କୁହାଯାଇଛି । ଏନେଇ ବିଭିନ୍ନ ମହଲରେ ଖୁସିର ଲହରୀ ଖେଳିଯାଇଥିବା ଜଣାଯାଇଛି । ଲୋକଙ୍କ ବିଭିନ୍ନ ସମସ୍ୟା, ଶିକ୍ଷା, ସ୍ଵାସ୍ଥ୍ୟ, ପରିମଳ, ସ୍ୱଚ୍ଛତା, ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଅଗ୍ରଗତି, ସରକାରୀ ଅର୍ଥ ଆତ୍ମସାତ, ବାଟବଣା, ହେରଫେର ଆଦି ଅଭିଯୋଗ ତଥା ନିଜର ବ୍ୟକ୍ତିଗତ ସମସ୍ୟା, ସରକାରୀ ପ୍ରଶାସନର ଅବହେଳା ପ୍ରଦର୍ଶନ ଭଳି ସମସ୍ୟା ଥିଲେ, ଏପରିକି ସ୍କୁଲ, କଲେଜର ଛାତ୍ରଛାତ୍ରୀ ମାନେ ମଧ୍ୟ ନିଜ ନିଜର ସମସ୍ୟାକୁ ସରକାରୀ ଓ ପ୍ରଶାସନ କଳରେ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ସୁଦ୍ଧା ପ୍ରଶାସନର ଅବହେଳା ପ୍ରଦର୍ଶନ କରାଗଲେ ମଧ୍ୟ ତାହାକୁ ବିଚାରକୁ ନିଆଯାଇ ଉଚିତ୍ ସମାଧାନ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବିଧାୟକ ମତପ୍ରକାଶ କରିଛନ୍ତି । ମଙ୍ଗଳବାର ଏନେଇ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ସର୍କିଟ୍ ହାଉସରେ ଏହି “ଭରସା” ପୋର୍ଟାଲର ବିଧାୟକ ଲୋକାର୍ପଣ କରିଛନ୍ତି । ଗଣମାଧ୍ୟମକୁ ସବିଶେଷ ସୂଚନା ବିବରଣୀ ପ୍ରଦାନ କରି ଉକ୍ତ ଆପ୍ ସମ୍ପର୍କରେ ଜନତାଙ୍କ ଉପକାରିତା ସମ୍ପର୍କରେ ଆଲୋଡନ ସୃଷ୍ଟି କରି ବିଶଦ ତଥ୍ୟ ଉପସ୍ଥାପନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭାର ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ଆଇନଜୀବୀ କେ. ଚନ୍ଦ୍ର ଶେଖର ରେଡ୍ଡୀ, ପଦ୍ମଚରଣ ସାହୁ, ଜିଲ୍ଲା ବିଜେପି ସଭାପତି ସରୋଜ ସାବତ, ପୂର୍ବତନ ଉପ- ନଗରପାଳ ବସନ୍ତ ବେହେରା, ପୂର୍ବତନ ପି.ଆର୍. ମେମ୍ବର ଏନ୍. ଦୁର୍ଯ୍ୟୋଧନ ରେଡ୍ଡୀ, ପୂର୍ବତନ ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ ନାୟକ, ସୁରଥ ପାହନ୍, ପ୍ରମୁଖ ବହୁ ଗଣ୍ୟମାନ୍ୟ ବିଜେପି ନେତା ଯୋଗଦେଇ ସକ୍ରୀୟ ଅଂଶଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.