om academy

ନଟରାଜ କଳା ପରିଷଦର ନୂତନ କର୍ମକର୍ତ୍ତା ମନୋନୀତ : ହରିନାରାୟଣ ହେଲେ ସଭାପତି, ପ୍ରହଲ୍ଲାଦ ଦର୍ଜୀ ହେଲେ ସଂପାଦକ

jsm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନଟରାଜ କଳା ପରିଷଦର ନୂତନ କର୍ମକର୍ତ୍ତା ମନୋନୟନ କାର୍ଯ୍ୟକ୍ରମ ସ୍ଥାନୀୟ ଯାଦବ ଭବନଠାରେ ପ୍ରଶାନ୍ତ ଖମାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବିଗତ ବର୍ଷର ବାର୍ଷିକ ଆୟ ବ୍ୟୟ, କଳାକାରମାନଙ୍କର ସମସ୍ୟା ବିଭିନ୍ନ କ୍ଷେତ୍ରରେ ଆଲୋଚନା ହୋଇଥିଲା । ଆଗାମୀ ଦିନରେ ରାଜ୍ୟସ୍ତରୀୟ ନଟରାଜ କଳା ପରିଷଦ କଳା ପ୍ରଦର୍ଶନ କରିବ ତାହା ନେଇ ପ୍ରସ୍ତାବ ହୋଇଥିଲା । ଏହି ଅବସରରେ ନୂତନ କର୍ମକର୍ତ୍ତା ମନୋନୀତ ହୋଇଥିଲେ । ହରିନାରାୟଣ ପୁଝାରୀ (ନରୀ) ସଭାପତି ଭାବେ ମନୋନୀତ ହୋଇଥିବା ବେଳେ ଉପ-ସଭାପତି ଭାବେ ସତ୍ୟବ୍ରତ ଆଚାର୍ଯ୍ୟ, ସଂପାଦକ ଭାବେ ପ୍ରହଲ୍ଲାଦ ଦର୍ଜୀ, ସହସଂପାଦକ ଭାବେ କିଶୋର ଜାଲ, କୋଷାଧ୍ୟକ୍ଷ ଭାବେ ଜତିନ୍ଦ୍ର ପଟେଲ ମନୋନୀତ ହୋଇଥିଲେ । ଏହି ବୈଠକରେ ବଳରାମ ରାଉତ, ରାମ ପ୍ରସାଦ ଦାଶ, ଗୋପାଳ ବରାଇ, ଲଳିତ ପୁଝାରୀ, ନବଘନ ଦାଶ, ସ୍ୱରୁପା ସିଂହ, ରୀମା ବାଗ, ପଙ୍କଜିନି ପୋଡ, ପାୟଲ ପୋଡ, କଳ୍ପନା ବ୍ୟାସ, ସସ୍ମିତା ବ୍ୟାସ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଲକ୍ଷ୍ମଣ ଠାକୁର ଧନ୍ୟବାଦ ଅର୍ପଣ କରିଥିଲେ । ଆଗାମୀ ତୃତୀୟ ଶନିବାର ଦିନ ଶପଥ ଗ୍ରହଣ ଓ ଜଳାଭିଷେକ ହେବ ବୋଲି ନଟରାଜ କଳା ପରିଷଦ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.