କୁଟାସିଂହା ଗ୍ରାମରେ ‘ସିନ୍ଦୂର ପିନ୍ଧିଲି ଦିନକ ପାଇଁ’ ନାଟକ ମଞ୍ଚସ୍ଥ

ବଲାଙ୍ଗିର, (କେପିିଏନଏସ) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଆଗଲପୁର ବ୍ଲକର କୁଟାସିଂହାଠାରେ ପଶ୍ଚିମ ଓଡ଼ିଶାର ଖ୍ୟାତି ଲାଭ କରିଥିବା ଶଦ୍ଦ ନୃତ୍ୟର ପୃଷ୍ଠପୋଷକଙ୍କ ଦାୟାଦ ଦିନେଶ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କୁଟାସିଂହା ଦୁର୍ଗା ପୂଜା କମିଟିର ପିଲାମାନଙ୍କୁ ନେଇ ଯାତ୍ରା ଶ୍ରୀ ମା’ ଅଭୟା ଦ୍ଵାରା ଏକ ସାମାଜିକ ପ୍ରେମ ଭରା, ଦୁଃଖ ଭରା ନାଟକ ‘ସିନ୍ଦୂର ପିନ୍ଧିଲି ଦିନକ ପାଇଁ’ ପରିବେଷିତ ହୋଇଯାଇଅଛି । ଏହି ଅବସରରେ ମୁଖ୍ୟ ବକ୍ତା ଭାବରେ ପଶ୍ଚିମ ଓଡ଼ିଶାର ନାଟ୍ୟ ମହର୍ଷି ଭଗବାନ ସାହୁଙ୍କ ପଟ୍ଟ ଶିଷ୍ୟ ଶବ୍ଦ ନୃତ୍ୟ ଗବେଷକ ଭାଗବତ ପ୍ରଧାନ, ଅବସରପ୍ରାପ୍ତ ଶିକ୍ଷକ ପ୍ରଧାନ ଶିକ୍ଷକ ନାଟ୍ୟ ଲେଖକ, ଗାଳ୍ପିକ ଡକ୍ଟର ସୁବାସ ପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଗ୍ରାମାଞ୍ଚଳରେ ଲୁଚିଥିବା କଳାକୁ ଉଦ୍‌ଜୀବିତ କରି କଳାର ବିକାଶ କରିବାକୁ ସମସ୍ତ କଳାକାର ବୃନ୍ଦଙ୍କୁ ଉତ୍ସାହିତ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ଉଦ୍ଘୋଷକ, ଅଭିନେତା, ନାଟ୍ୟ ଗବେଷକ ରାମଜୀ ପ୍ରଧାନ ଓ ପ୍ରଦୀପ କୁମାର ସାହୁ ଯୋଗ ଦେଇଥିଲେ । ଏହି ନାଟକରେ ୭୭ ବର୍ଷ ବୟସରେ ଶବ୍ଦ ନୃତ୍ୟ ପରିବେଷଣ କରିଥିବା ଗଦାଧର ବରିହାଙ୍କୁ ଉଚ୍ଚ ପ୍ରଶଂସା କରାଯାଇଛି । ଏହି ନାଟକରେ ଆନନ୍ଦ ଚନ୍ଦ୍ର ପଶାୟତ ନିର୍ଦ୍ଦେଶନା ଦେଇଥିଲେ । ସରପଞ୍ଚ ଡିଗ୍ରୀ ମେହେର, ପୂର୍ବତନ ସମିତି ସଭ୍ୟ ପ୍ରକାଶ ବେହେରାଙ୍କ ପରିଚାଳନାରେ ଏହି ନାଟକ ମଞ୍ଚସ୍ଥ ହୋଇଥିବା ବେଳେ ଅଞ୍ଚଳରେ ଏହା ପ୍ରଶଂସନୀୟ ହୋଇପାରିଛି, ଏଥି ପାଇଁ ଦିନେଶ ଦାସକୁ ଭୂୟସୀ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.