ଆଇଆର୍‌ଇଏଲ୍‌ ପକ୍ଷରୁ ନାଟକ ‘ଶଙ୍ଖା ବିକି ଦେଲି ସିନ୍ଦୁର ପାଇଁ’ ମଞ୍ଚସ୍ଥ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭାରତୀୟ ବିରଳ ମୂର୍ତ୍ତିକା ଆଇଆର୍‌ଇଏଲ୍‌(ଇଣ୍ଡିଆ) ସୌଜନ୍ୟରେ ଖଣି ସୁରକ୍ଷା ସପ୍ତାହ ପାଳନ ଅବସରରେ ପ୍ରତିଷ୍ଠାନର ଆବାସିକ କଲୋନୀ ଅନ୍ତର୍ଗତ କମ୍ୟୁନିଟି ହଲ୍‌ରେ ନାଟକ ‘ଶଙ୍ଖା ବିକି ଦେଲି ସିନ୍ଦୁର ପାଇଁ’ ମଞ୍ଚସ୍ଥ ହୋଇଯାଇଛି । କମ୍ପାନୀର ବରିଷ୍ଠ ଅବସରପ୍ରାପ୍ତ କର୍ମଚାରୀ ଦୈତାରି ସେଠୀଙ୍କ ରଚିତ ଏବଂ ତାଙ୍କରି ନିର୍ଦ୍ଦେଶନାରେ ଏହି ନାଟକ ଖୁବ ଲୋକ ପ୍ରଶଂସିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଆଇଆର୍‌ଇଏଲ୍‌(ଇଣ୍ଡିଆ) ପଦସ୍ତ ଅଧିକାରୀ ଜି.କେ. ନାୟକ ଏବଂ ଏନ୍.କେ. ନାୟକ ଉପଦେଷ୍ଟା ଥାଇ କାର୍ଯ୍ୟକ୍ରମର ତଦାରଖ କରିଥିଲେ । ନାଟକରେ ସର୍ବଶ୍ରୀ କପିଳା ନାୟକ, ଶ୍ରୀକାନ୍ତ ବିଶ୍ୱାଳ, ଗାଙ୍ଗୁରାମ ମାଝି, ମନୋଜ ସେଠୀ, ବିଷ୍ଣୁ ବେହେରା, ତପନ କୁମାର ପ୍ରଧାନ, ବୈଷ୍ଣବ ବେହେରା, ମନୋଜ ଦାସ, ଟୁକୁନା ନାୟକ ପ୍ରମୁଖ ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ । ସେହିପରି ନାରୀ ଭୂମିକାରେ କୁନି ଓ ପ୍ରତିମା ଅଂଶଗ୍ରହଣ କରି ରୋମାଞ୍ଚକର ଅଭିନୟ କରିଥିଲେ । ଅଜିତ କୁମାର ମହନ୍ତ ଓ ପ୍ରଶାନ୍ତ ବେହେରା ମଞ୍ଚ ପରିଚାଳନା କରିଥିବା ବେଳେ କଣ୍ଠଶିଳ୍ପୀ ମହେନ୍ଦ୍ର ପଢ଼ିଆରୀ, ସଙ୍ଗୀତାଂଶରେ ହରେକୃଷ୍ଣ ବେହେରା, ରାଧାଶ୍ୟାମ ଅଂଶଗ୍ରହଣ କରି ପୁରସ୍କୃତ ହୋଇଥିଲେ । ମଞ୍ଚସଜ୍ଜା ଓ ଶବ୍ଦ-ଆଲୋକ ସଜ୍ଜାରେ ଅଳକା ଚିତ୍ରାଳୟଙ୍କ ଭୂମିକା ଖୁବ ପ୍ରଶଂସନୀୟ ଥିଲା । ପରିବେଷିତ ନାଟକକୁ ଆଇଆର୍‌ଇ କଲୋନୀରେ ଅବସ୍ଥାପିତ ବହୁ ପରିବାର ଆସି ଏହି ମନୋରଞ୍ଜନ କାର୍ଯ୍ୟକ୍ରମକୁ ଦେଖି ବେଶ ଉପଭୋଗ କରି ଖୁସି ମନାଇଥିଲେ ।

Leave A Reply

Your email address will not be published.