କାଳବୈଶାଖୀରେ ଆମ୍ବ ଫସଲ ନଷ୍ଟ

ଡୁଡୁକା, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ଅଞ୍ଚଳରେ ଚଳିତ ବର୍ଷ ଭଲ ଆମ୍ବ ଫସଲ ହୋଇଥିଲା । ଆମ୍ବ ଚାଷୀମାନେ ଭଲ ଦୁଇ ପଇସା ରୋଜଗାର କରିବେ ବୋଲି ଆଶା କରିଥିଲେ, ହେଲେ ଆଶା ଆଶାରେ ରହିଗଲା । କାଳବୈଶାଖୀ ଝଡବର୍ଷା ସବୁ ଉଜାଡି ଦେଲା । ପ୍ରବଳ ବେଗରେ ପବନ ବହିବାରୁ ଆମ୍ବ ଝଡିଯାଇ ନଷ୍ଟ ହୋଇଯାଇଛି । ଏହି ବ୍ଲକ ଅନ୍ତର୍ଗତ ୨୦ଟି ପଞ୍ଚାୟତର ବିଭିନ୍ନ ଗାଁରେ ଏଭଳି ସ୍ଥିତ ଦେଖିବାକୁ ମିଳିଛି ।

Leave A Reply

Your email address will not be published.