ପଦ୍ମପୁର ମହିଳା ମହାବିଦ୍ୟାଳୟ ସମ୍ମୁଖରେ ନର୍ଦ୍ଦମା ପାଣି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡର ଏକମାତ୍ର ମହିଳା ମହାବିଦ୍ୟାଳୟର ମୁଖ୍ୟଦ୍ଵାର ସମ୍ମୁଖରେ ନର୍ଦ୍ଦମା ପାଣି ଭାସୁଛି । ନିକଟସ୍ଥ ନଳକୂପର ବ୍ୟବହୃତ ପାଣି ଯିବାପାଇଁ କୌଣସି ନାଳ ନଥିବା ଯୋଗୁଁ ସେହି ମଇଳା ପାଣି ଗେଟ୍‌ ସମ୍ମୁଖରେ ଜମା ହୋଇ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି । ଶହଶହ ଛାତ୍ରୀ ସେହି ବାଟ ଦେଇ ମଇଳା ପାଣିକୁ ମାଡି କଲେଜ ଭିତରକୁ ଯିବା ଆସିବା କରୁଛନ୍ତି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ଏହାର ସ୍ଥାୟୀ ସମାଧାନ କରିବା ପାଇଁ ଜନସାଧାରଣରେ ଦାବୀ ହୋଇଛି ।

Leave A Reply

Your email address will not be published.