centurian jitm

ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁଙ୍କୁ ଏକ୍ସନ କମିଟି ପକ୍ଷରୁ ସମ୍ବର୍ଦ୍ଧନା

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ସଂଧ୍ୟା ୭ଟା ସମୟରେ ବଲାଙ୍ଗିର ଏକ୍ସନ କମିଟିର ଏକ ପ୍ରତିନିଧି ମଣ୍ଡଳ ବଲାଙ୍ଗିରର ଗର୍ବ ଓ ଗୌରବ ପଦ୍ମଶ୍ରୀ ସମ୍ମାନରେ ବିଶିଷ୍ଟ ସାହିତ୍ୟିକ କୋସଲି ଅଭିଧାନ ଲେଖକ ନରସିଂହ ପ୍ରସାଦ ଗୁରୁଙ୍କୁ ତାଙ୍କର ବାସଭବନରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ବଲାଙ୍ଗିରର ଗର୍ବ ଓ ଗୌରବ ପଦ୍ମଶ୍ରୀ ସମ୍ମାନରେ ବିଶିଷ୍ଟ ସାହିତ୍ୟିକ କୋସଲି ଅଭିଧାନ ଲେଖକ ନରସିଂହ ପ୍ରସାଦ ଗୁରୁଙ୍କୁ ତାଙ୍କର ବଲାଙ୍ଗିର ରାମଜୀପଡ଼ା ସ୍ଥିତ ବାସଭବନକୁ ଯାଇ ବଲାଙ୍ଗିର ଏକ୍ସନ କମିଟି ତରଫରୁ ଉତ୍ତରୀୟ ଏବଂ ପୁଷ୍ପମାଲ୍ୟ ଦେଇ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଏକ୍ସନ କିମିଟିର ଆବାହକ ଗୋପାଳଜୀ ପାଣୀଗ୍ରାହୀ, ଗିରିସ ସିଂଦେଓ, ୟୁଥ୍‌ ଏକ୍ସନ କମିଟିର ସଭାପତି ବିନୋଦ କାଲସାଏ, ସଂଯୋଜକ ରିଲୁ ରଥ, ଅଶ୍ମିନ ତାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.