ଭୁବନେଶ୍ଵର, (ପିଆଇବି) : ଶିକ୍ଷାର୍ଥୀମାନଙ୍କ ସୁବିଧା ଓ ବିଭିନ୍ନ ବର୍ଗର ଆବଶ୍ୟକତାକୁ ଦୃଷ୍ଟରେ ରଖି ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ) ଜାନୁଆରୀ-୨୦୨୬ ଶିକ୍ଷାସତ୍ର ପାଇଁ ନାମଲେଖା ଅବଧିକୁ ଚଳିତ ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ବଢ଼ାଇଛି । ସାର୍ଟିଫିକେଟ୍ ଓ ସେମିଷ୍ଟାର-ଆଧାରିତ ପାଠ୍ୟକ୍ରମଗୁଡ଼ିକ ଏହି ବୃଦ୍ଧିର ଅଧୀନ ନୁହେଁ । ଆଗ୍ରହୀ ପ୍ରାର୍ଥୀମାନେ ବିଭିନ୍ନ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମରେ ଭର୍ତ୍ତି ପାଇଁ ଇଗ୍ନୋର ଆଧିକାରିକ ୱେବସାଇଟ www.ignou.ac.in ମାଧ୍ୟମରେ ଅଧିକ ବିବରଣୀ ଜାଣିପାରିବେ । ଅନଲାଇନ୍ ନାମଲେଖା ପାଇଁ ସିଧାସଳଖ ଲିଙ୍କ ହେଲା:
https://ignouadmission.samarth.edu.in
ଅଣ୍ଡର ଗ୍ରାଜୁଏଟ ପ୍ରୋଗ୍ରାମ (BSCM, BCOMF, BAM) ରେ ଭର୍ତ୍ତି ହେଉଥିବା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ନାମଲେଖା ଓ ପୁନଃ ପଞ୍ଜୀକରଣ ଶୁଳ୍କରେ ୫୦ ପ୍ରତିଶତ ରିହାତି ଦିଆଯାଇଛି । କିନ୍ତୁ ଯେଉଁ ଛାତ୍ରଛାତ୍ରୀମାନେ ଅନ୍ୟ କୌଣସି ସୂତ୍ରରୁ ଶୁଳ୍କ ରିହାତି ପାଉଛନ୍ତି, ସେମାନେ ଏହି ସୁବିଧା ପାଇବାକୁ ଯୋଗ୍ୟ ହେବେ ନାହିଁ । ଅଧିକ ସୂଚନା ପାଇଁ ଆଶାୟୀ ପ୍ରାର୍ଥୀମାନେ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର, ଭୁବନେଶ୍ୱର ସହିତ ଯୋଗାଯୋଗ କରିପାରିବେ । ଏଥିପାଇଁ ଟେଲିଫୋନ ନମ୍ବର ୦୬୭୪-୨୩୦୧୩୪୮ କିମ୍ବା ୨୯୭୧୦୭୧ ଏବଂ ଇ-ମେଲ୍ [email protected] କିମ୍ବା [email protected] ଜରିଆରେ ସହାୟତା ପାଇଁ ଯୋଗାଯୋଗ କରିବାକୁ ଆଞ୍ଚଳିକ ନିର୍ଦ୍ଦେଶକ ଡ଼. ମନୋଜ କୁମାର ଦାଶ ସୂଚନା ଦେଇଛନ୍ତି ।