ପୁରେନା ଗ୍ରାମରେ ଷୋହଳ ପ୍ରହର ନାମଯଜ୍ଞ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ବରତୁଣ୍ଡା ପଞ୍ଚାୟତ ପୁରେନା ଗ୍ରାମବାସୀଙ୍କ ଉଦ୍ୟମରେ ମଇ ୨୫ରୁ ଆରମ୍ଭ ହୋଇ ୨୭ ପର୍ଯ୍ୟନ୍ତ ତିନି ଦିନ ଧରି ଷୋହଳ ପ୍ରହର ଅଖଣ୍ଡ ନାମଯଜ୍ଞ ଉଦ୍‌ଯାପିତ ହୋଇଯାଇଛି । ନାମ ଯଜ୍ଞର ତୃତୀୟ ଦିନରେ ନାମ ସମାପନ ସହ ପୂର୍ଣ୍ଣାହୁତି ପରେ ଦହି ହାଣ୍ଡି ଭଗ୍ନ, ପରେ ବୈଠକୀ ସଂକିର୍ତନ ଦଳ ଶବରପଡା, ମଶାନକୁଣ୍ତା, ସାରଙ୍ଗଶିଳୀ, ଦର୍ଲିପାଲି, ପୁରେନା କ, ପୁରେନା ଖ ଦଳଙ୍କ ପରିବେଷଣ ହୋଇଥିଲା ।

ଶିକ୍ଷକ ହରେକୃଷ୍ଣ ଡନସନାଙ୍କ ସଭାପତିତ୍ୱରେ ବୈଠକୀ ସଂକିର୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ନଗର ପରିକ୍ରମା ସହ କଳସ ବିସର୍ଜନ ଆଦି ସମାପନ ହୋଇଯାଇଛି । ଏଥିରେ ଯଜ୍ଞ କର୍ତ୍ତା ଭାବେ ଜ୍ଞାନ ରଞ୍ଜନ ମହାନ୍ତି ତାଙ୍କ ଧର୍ମପତ୍ନୀ ଝରଣା ଦାସ କାର୍ଯ୍ୟ ନିର୍ବାହ କରିଥିବା ବେଳେ ଦକ୍ଷବାଗ୍ମୀ ପଣ୍ଡିତ ତରଣୀ ସେନ ଦାସ ଓ ପୂର୍ଣ୍ଣଚନ୍ଦ୍ର ଦାସ ପୂଜାର୍ଚ୍ଚନା କାର୍ଯ୍ୟ ସପାଦନା କରିଥିଲେ ।

ସମସ୍ତ ଶ୍ରଦ୍ଧାଳୁମାନଙ୍କ ପାଇଁ ଅନ୍ନ ଭୋଗ ଓ ଜଳଛତ୍ରର ବ୍ୟବସ୍ଥା କରାଯାଇଥିଲା । ଆଖପାଖ ଅଂଚଳରୁ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ମହାମନ୍ତ୍ର ଧ୍ୱନିରେ ପୁରେନା ଗ୍ରାମର ଏକ ପବିତ୍ର ଆଧ୍ୟାତ୍ମିକ ପରିବେଶ ଭିତରେ ସମସ୍ତେ ଭଗବାନଙ୍କ ନାମାମୃତ ପାନକରିବା ସହ ଭଗବାନଙ୍କ ସାନ୍ନିଧ୍ୟ ଲାଭ କରିଥିଲେ । ଯଜ୍ଞ ପରିଚାଳନା କମିଟି ଯଶଦିଓ ସିଂ, ଗଣପତି ଦାଉ, ମୋତିଲାଲ ଧରୁଆ, ଜିତେନ୍ଦ୍ର ମହାନ୍ତି, ସୁରେନ୍ଦ୍ର ନାଏକ, ନରସିଂହ ଡନସନା, ଖଗେଶ୍ୱର କରେଇ, କରୁଣା କର ଡନସନା, ଆନନ୍ଦ ପୁଟା, ଦୟାନନ୍ଦ ମାଝୀ, ସୁରେଶନ ଭୋଇ, ପଦ୍ମ ଲୋଚନ ବିନାଟ, ଡୋଲାମଣି ସିଂଙ୍କ ସମେତ ଯୁବ ଗୋଷ୍ଠୀ ଓ ଗ୍ରାମବାସୀମାନେ ପୂର୍ଣ୍ଣ ସହଯୋଗ କରିଥିଲେ ।

Leave A Reply

Your email address will not be published.