ଓସିଏ ଭିଜନ ୨୦୨୪ : ନାଏକ ଏକାଡେମି ଓ ଖପ୍ରାଖୋଲ ଦଳ ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓସିଏ ଭିଜନ ୨୦୨୪ର ସିନିଅର ଇନଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତା ଆଜି ଦୁଇଟି ମ୍ୟାଚ ଆୟୋଜିତ ହୋଇଯାଇଛି । ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମଠାରେ ଆୟୋଜିତ ମ୍ୟାଚରେ ନାଏକ କ୍ରକେଡ ଏକାଡେମି ବିଜୟ ଲାଭ କରିଥିବା ବେଳେ ପାଟଣାଗଡ ଷ୍ଟାଡିଆମ ଠାରେ ଅନୁଷ୍ଠିତ ମ୍ୟାଚରେ ଖପ୍ରାଖୋଲ ଦଳ ବିଜୟୀ ହୋଇଛି । ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମଠାରେ ଆୟୋଜିତ ମ୍ୟାଚରେ ଆଜି ନାଏକ କ୍ରିକଟେ ଏକାଡେମି ଓ ବଙ୍ଗୋମୁଣ୍ଡା କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ବଙ୍ଗୋମୁଣ୍ଡା କ୍ରିକେଟ ଦଳ ଟସ ଜିଣି ପ୍ରଥମେ ବ୍ୟାଟିଂ କରି ବଙ୍ଗୋମୁଣ୍ଡା ଦଳ ୧୮.୫ ଓଭରରେ ସମସ୍ତ ‌ୱିକେଟ ହରାଇ ମାତ୍ର ୫୮ ରନ୍ କରିବାକୁ ସମର୍ଥ ହୋଇଥିଲେ । ଦଳ ତରଫରୁ କୌଣସି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କରେ ପହଞ୍ଚି ପାରି ନଥିଲେ । ନାଏକ ଏକାଡେମି ତରଫରୁ ସତ୍ୟଜିତ ସିଂଦେଓ ସର୍ବାଧିକ ୬ ଗୋଟି ଓ ଅଙ୍କିତ ପଣ୍ଡା୨ଗୋଟି ୱିକେଟ ଅକ୍ତିଆର କରିଥିଲେ । ୫୯ ରନ୍‌ର ଲକ୍ଷକୁ ପିଛା କରିବାକୁ ଯାଇ ନାଏକ ଏକାଡେମି ମାତ୍ର ୮.୧ ଓଭରେ ୫୯ରନ ସଂଗ୍ରହ କରି ନେଇଥିଲେ । ନାଏକ ଏକାଡେମି ତରଫରୁ ରାହୁଲ ସାହୁ ୨୧ରନ୍ ଓ କିଶନ ନାଏକ ଅପାରିଜିତ ୧୯ ରନ ସଂଗ୍ରହ କରିଥିଲେ । ବଙ୍ଗୋମୁଣ୍ଡା ଦଳ ତରଫରୁ ସମୀର କାଲସାଏ ଓ ପିଙ୍କୁ ହିଆଲ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ନାଏକ ଏକାଡେମିର ସତ୍ୟଜିତ ସିଂଦେଓଙ୍କୁ ତାଙ୍କ ବୋଲିଂ ପ୍ରଦର୍ଶନ ପାଇଁ ଶ୍ରେଷ୍ଠ ଖେଳାଳୀ ଭାବେ ମନୋନୀତ କରାଯାଇଥିଲା । ଏହି ମ୍ୟାଚକୁ ଓସିଏ ମାନ୍ୟତା ପ୍ରାପ୍ତ ଅମ୍ପୟାର ପୃଥ୍ୱୀରାଜ ମିଶ୍ର ଓ ନାରାୟଣ ମେହେର ପରିଚାଲନା କରିଥିବା ବେଳେ ସ୍ୱାଗତ ଶୁଭଙ୍କର ସ୍କୋରର୍ ଦାୟିତ୍ୱ ତୁଲାଇଥିଲେ । ସେହିପରି ପାଟଣାଗଡ ଷ୍ଟାଡିଅୟଠାରେ ଆୟୋଜିତ କ୍ରିକେଟ ପ୍ରତିଯୋଗିତା ଆଜି ଲାୟନ୍ସ କ୍ରିକେଟ ଏକାଡେମି ଓ ଖପ୍ରାଖୋଲ କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଖପ୍ରାଖୋଲ ଦଳ ଟସ ଜିତିବା ସହ ପ୍ରଥମେ ବେଟିଂ କରି ୫୦ ଓଭରରେ ୯ ‌ୱିକେଟ ବିନିମୟରେ ୩୨୫ ରନର ବିଶାଳ ସ୍କୋର କରିଥିଲା । ଦଳ ତରଫରୁ ସଂଗ୍ରାମ ବାହୁକ ସର୍ବାଧିକ ୧୧୬ ଓ ସୁଜିତ ଅପରାଜିତ ୫୯ରନ୍ କରିଥିଲେ । ଲାୟନ୍ସ ଏକଡେମି ତରଫରୁ ରୋଶନ ପାଣିଗ୍ରାହୀ ସର୍ବାଧିକ ୪ ଗୋଟି ଓ ଦେବଦତ୍ତ ମେହେର ୨ ଗୋଟି ‌ୱିକେଟ ଅକ୍ତିଆର କରିଥିଲେ । ୩୨୬ ରନ୍‌ର ଲକ୍ଷକୁ ପିଛା କରିବାକୁ ଯାଇ ଲାୟନ୍ସ ଏକାଡେମି ନିର୍ଧାରିତ ୫୦ ଓଭରେ ୮ ୱିକେଟ ହରାଇ ମାତ୍ର ୨୧୦ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲେ । ଲାୟନ୍ସ ଏକାଡେମି ତରଫରୁ ରୋଶନ ୮୧ ଓ ଶ୍ରେୟଶ କୁଅଁର ୩୩ ରନ କରିଥିଲେ । ଖପ୍ରାଖୋଲ ଦଳ ତରଫରୁ ସଂଗ୍ରାମ ବାହୁକ, ପ୍ରଶାନ୍ତ ସାହୁ ଓ କ୍ଷମାସିନ୍ଧୁ ସାହୁଙ୍କୁ ୨ଟି ଲେଖାଏଁ ‌ୱିକେଟ ମିଳିଥିଲା । ଫଳରେ ଖପ୍ରାଖୋଲ ଦଳ ୧୧୫ରନରେ ବିଜୟୀ ହୋଇଥିଲେ । ଏହି ମ୍ୟାଚରେ ସଂଗ୍ରାମ ବାହୁକ ଓ ରୋଶନ ଉଚ୍ଚ କୋଟିର ଖେଳ ପ୍ରଦର୍ଶନ କରିଥିଲେ । ମ୍ୟାଚକୁ ଓସିଏ ମାନ୍ୟତା ପ୍ରାପ୍ତ ଅମ୍ପିୟାର ରାଜେନ୍ଦ୍ର ସେଠ ଓ ସ୍ମିଥ ଦଲେଇ ପରିଚାଲନା କରିଥିବା ବେଳେ ଶୁଭମ ନାୟକ ସ୍କୋରର୍ ଦାୟିତ୍ୱ ତୁଲାଇଥିଲେ ।

Leave A Reply

Your email address will not be published.