ବଲାଙ୍ଗିର, (କେପିଏନ୍ଏସ୍) : ସମାଜ ଚିନ୍ତାନାୟକ ତଥା ସରକାରୀ ପରିବହନର ସୁଦକ୍ଷ କର୍ମଚାରୀ ପ୍ରଫୁଲ୍ଲ କୁମାର ଚୋପଦାର ୮୦ ବର୍ଷ ବୟସରେ ଇହଧାମ ତ୍ୟାଗ କରିଛନ୍ତି । ସେ ବଲାଙ୍ଗିର ସରକାରୀ ପରିବହନ ବ୍ୟବସ୍ଥାର କିଭଳି ସୁଧାର ଆସିବ ଓ ପରିବହନ କର୍ମଚାରୀଙ୍କ ସୁବ୍ୟବସ୍ଥା ପାଇଁ ସର୍ବଦା ଚିନ୍ତା କରୁଥିଲେ । ବିଭିନ୍ନ ସାମାଜିକ ଉତ୍ସବ ମାନଙ୍କରେ ସେ ନିଜ ଆତ୍ମୀୟତାର ସୁପରିଚୟ ଦେଇ ବଲାଙ୍ଗିର ଲୋକଙ୍କ ପ୍ରିୟଭାଜନ ହୋଇ ପାରିଥିଲେ । ତାଙ୍କ ମୃତ୍ୟୁ ସମୟରରେ ତାଙ୍କ ସହଧର୍ମିଣୀ ବିଳାସିନୀ, ପୁଅ ପ୍ରିତମ, ଝିଅ ମୌସୁମୀ, ଜ୍ୱାଇଁ ଦୁର୍ଗାପ୍ରସାଦ, ତାଙ୍କ ଭାଇଗଣ ହରିଶ୍ଚନ୍ଦ୍ର, ବିନୟ, ବିମଳ, ପ୍ରଶାନ୍ତ, ସ୍ୱାଗତ ଓ ପରିବାରବର୍ଗ ଉପସ୍ଥିତ ଥଲେ । ସ୍ୱର୍ଗତ ଚୋପଦାରଙ୍କ ପରଲୋକରେ ସ୍ଥାନୀୟ ରାଧାରାଣୀ ପଡ଼ା ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଅନ୍ତିମ ଶବଦାହ ସ୍ଥାନୀୟ ବିଭୂତିପଡ଼ା ଶ୍ମଶାନରେ ସମାପନ କରାଯାଇଥିଲା ।