oom

ଟିକ୍ରାପଡ଼ା-ସୁର୍ଡା ରାସ୍ତା ନାଗଫେଣା ଗାଁ ନିକଟରୁ ୧୩ କେନ୍ଦୁଗଣ୍ଡି ସହ ମେକ୍ସ ପିକ୍‌ଅପ୍ ଜବତ

jsmm
  • ୩ଟି ରେଞ୍ଜର ମିଳିତ ଚଢାଉ, ଆନୁମାନିକ ମୂଲ୍ୟ ୨ଲକ୍ଷ ଟଙ୍କା, ଚୋରା ଚାଲାଣକାରୀ ଫେରାର

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ, ସଇଁତଲା ଓ ପାଟଣାଗଡ ରେଞ୍ଜ ଜଙ୍ଗଲ ବିଭାଗ ପକ୍ଷରୁ ଚଢ଼ାଉ କରି ଆଜି ବଡିଭୋର୍ ୩ଟାରେ ଟିକ୍ରାପଡ଼ା-ସୁର୍ଡା ରାସ୍ତାର ସଇଁତଲା ରେଞ୍ଜ ଛନଛଡା ଫରେଷ୍ଟ ସେକସନ୍ ନାଗଫେଣା ଗାଁ ନିକଟ ଜଙ୍ଗଲରୁ ୧୩ କେନ୍ଦୁଗଣ୍ଡି ସହ ଏକ ମେକ୍ସ ବୋଲେରୋ ପିକ୍‌ଅପ୍‌(ଓଡ଼ି ୦୫ ଏଭି ୪୪୭୮)କୁ ଜବତ କରାଯାଇଛି । ଜଙ୍ଗଲ ବିଭାଗ କର୍ମଚାରୀଙ୍କୁ ଦେଖି ଗାଡ଼ି ଛାଡ଼ି ଡ୍ରାଇଭର ସହ ଏହି ମୂଲ୍ୟବାନ କେନ୍ଦୁଗଣ୍ଡି ବେଆଇନ୍ ଚୋରା ଚାଲାଣକାରୀମାନେ ଫେରାର ହୋଇଯାଇଥିବା ଜଙ୍ଗଲ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି । ଏହି ମୂଲ୍ୟବାନ ୧୩ କେନ୍ଦୁଗଣ୍ଡିର ଆନୁମାନିକ ବଜାର ଦର ୨ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଜବତ ପିକଅପ୍‌ ଗାଡ଼ିକୁ ସଇଁତଲା ରେଞ୍ଜକୁ ହସ୍ତାନ୍ତର କରାଯାଇଛି । ଏହି ଚଢାଉରେ ମୁରିବାହାଲ ରେଞ୍ଜ ଜଇଁତରା ଫରେଷ୍ଟର ଧ୍ରୁବଚରଣ ବଗର୍ତ୍ତୀ, ସଇଁତଲା ରେଞ୍ଜ ଟିକ୍ରାପଡ଼ା ଫରେଷ୍ଟର ଜୟକୃଷ୍ଣ ଭୋଇ, ଛନଛଡା ଫରେଷ୍ଟର ଧର୍ମେନ୍ଦ୍ର ରାୟଙ୍କ ନେତୃତ୍ୱରେ ଫରେଷ୍ଟର ରମେଶ ଧରୁଆ, ଗଣେଶ ସାହୁଙ୍କ ସହିତ ତିନୋଟି ରେଞ୍ଜର ଜଙ୍ଗଲ ବିଭାଗ କର୍ମଚାରୀ ସାମିଲ ହୋଇଥିଲେ ।

jittmm
Leave A Reply

Your email address will not be published.