ମରିସସ ଜାତୀୟ ଦିବସ ସମାରୋହରେ ସେଠାକାର ସର୍ବୋଚ୍ଚ ନାଗରିକ ପୁରସ୍କାରରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମରିସସ୍ ସାଧାରଣତନ୍ତ୍ରର ୫୭ତମ ଜାତୀୟ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । ସମାରୋହ ଉପଲକ୍ଷେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମରିସସର ସର୍ବୋଚ୍ଚ ନାଗରିକ ସମ୍ମାନ ଗ୍ରାଣ୍ଡ କମାଣ୍ଡର୍ ଅଫ୍ ଦ ଅର୍ଡର ଅଫ୍ ଦ ଷ୍ଟାର୍ ଆଣ୍ଡ କି ଅଫ୍ ଦ ଇଣ୍ଡିଆନ ଓସନ୍ (ଜିସିଏସକେ) ପୁରସ୍କାରରେ ସମ୍ମାନିତ କରାଯାଇଛି । ପ୍ରଥମ ଥର ପାଇଁ ଜଣେ ଭାରତୀୟ ନେତାଙ୍କୁ ଏହି ସମ୍ମାନ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପୁରସ୍କାରକୁ ଭାରତ ଏବଂ ମରିସସ ମଧ୍ୟରେ ରହିଥିବା ନିବିଡ଼ ବନ୍ଧୁତା ଏବଂ ଭାରତର ୧୪୦ କୋଟି ନାଗରିକ ଓ ମରିସସର ୧୩ ଲକ୍ଷ ଭାଇ ଓ ଭଉଣୀମାନଙ୍କୁ ଉତ୍ସର୍ଗ କରିଛନ୍ତି । ଜାତୀୟ ଦିବସ ସମାରୋହରେ ଭାରତୀୟ ନୌସେନାର ଏକ ଦଳ ପରେଡରେ ଅଂଶଗ୍ରହଣ କରିଥିଲା । ସେହିପରି ଭାରତୀୟ ନୌସେନାର ଗୋଟିଏ ଜାହାଜ ମଧ୍ୟ ଜାତୀୟ ଦିବସ ସମାରୋହ ଅବସରରେ ସେଠାକାର ବନ୍ଦରରେ ପହଞ୍ଚିଥିଲା ।