centurian jitm

ବିଭିନ୍ନ ସମସ୍ୟାକୁ ନେଇ ଦାବୀପତ୍ର ଦେଲା ନଗର କଂଗ୍ରେସ : ସମୟସୀମା ଭିତରେ ସମାଧାନ ନ ହେଲେ ଆଗକୁ ଆନ୍ଦୋଳନର ଚେତାବନୀ

nschool

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ନଗର କଂଗ୍ରେସ ତରଫରୁ ବଲାଙ୍ଗିର ମ୍ୟୁନିସିପାଲିଟିର ନିର୍ବାହୀ ଅଧିକାରୀ ସାମି ରେଡ୍ଡିଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ନଗର କଂଗ୍ରେସ ସଭାପତି ବୁଲୁ ଦାନୀଙ୍କ ନେତୃତ୍ୱରେ ଏକ ଦଳ ପୌର କାର୍ଯ୍ୟାଳୟକୁ ଯାଇ ପୌରାଞ୍ଚଳର ବିଭିନ୍ନ ସମସ୍ୟା ବାବଦରେ ନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ବିଶେଷ କରି ଅବ୍ୟବସ୍ଥିତ ନାଳ ନର୍ଦ୍ଦମା, ସଫେଇ କାର୍ଯ୍ୟର ଅବହେଳା ଏବଂ ନାଳ ଜବରଦଖଲ ଯୋଗୁଁ ବର୍ଷା ଦିନରେ ଜଳବନ୍ଦୀ ସମସ୍ୟାକୁ ନେଇ ବିଧାୟକ ନରସିଂହ ମିଶ୍ରଙ୍କ ପ୍ରତିନିଧି ଅଜୟ ବାଲି ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । କେବଳ ଉପରୋକ୍ତ ସମସ୍ୟା ନୁହେଁ ଏହା ସହ ଲାଇଟକିଣା, ସଫେଇ ସାମଗ୍ରୀ ଯଥା ବ୍ଲିଚିଂ ପାଉଡର, ଫିନାଇଲ କିଣା ଦୁର୍ନୀତି ଯୋଗୁଁ ସାଧାରଣ ଜନତା ଏ ସବୁ ସୁବିଧା ପାଇ ପାରୁ ନାହାନ୍ତି । ତେଣୁ ଏ ସବୁ ଉପରେ ଏକ ବିଧିବଦ୍ଧ ତଦନ୍ତ କରାଯାଉ ବୋଲି ପ୍ରତିନିଧି ଦଳରେ ସାମିଲ ଥିବା ଜିଲ୍ଲା କଂଗ୍ରେସ ଉପସଭାପତି ମନୀଷ ମିଶ୍ର, ଜିଲ୍ଲା ସେବାଦଳ ଅଧ୍ୟକ୍ଷ ଅସୀତ ମିଶ୍ର, ଯୁବନେତା ଜୁଲୁ ପଟ୍ଟନାୟକ, ୱାର୍ଡ ନଂ ୧୧ର କାଉସିଲର ପ୍ରଦୀପ ମିଶ୍ର, ହିମାଂଶୁ ନାୟକ, ସବିତା ଶତପଥି, ଅମୁଲ୍ୟ ସେଠ ପ୍ରମୁଖ ଦାବୀ ଜଣାଇଥିଲେ । ସ୍ମାରକ ପତ୍ର ମାଧ୍ୟମ ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଅତୀତରେ ମଧ୍ୟ ପୌର ଦୁର୍ନୀତିକୁ ନେଇ ଅନେକ ଥର ଅଭିଯୋଗ ଜଣାଇଥିଲେ ମଧ୍ୟ ସରକାରୀ ଦଳର ନେତାଙ୍କ ଚାପ ଯୋଗୁଁ ତାର କୌଣସି ପ୍ରକାର ତଦନ୍ତ କିମ୍ବା ଅନୁସନ୍ଧାନ କରାଯାଉନାହିଁ । ଗତ ୪ଟି ପୌର ପରିଷଦ ସରକାରୀ ଦଳର ଅଧୀନରେ ଥିବାର ଏହାର ଅଧ୍ୟକ୍ଷ ଅଧ୍ୟକ୍ଷାମାନେ ମନଇଚ୍ଛା ଦୁର୍ନୀତିରେ ଲିପ୍ତ ହୋଇ ସାଧାରଣ କରଦାତାଙ୍କର କଷ୍ଟଲବ୍ଧ ଅର୍ଥର ବାଟମାରଣା କରୁଛନ୍ତି । ତେଣୁ ଏ ଥର ଯଦି ଦାବୀ କରାଯାଇଥିବା ସମସ୍ୟାର ସମାଧାନ କରାନଯାଏ ତେବେ ଆଗାମୀ ଦିନରେ କଂଗ୍ରେସ ଦଳ ପୌର କାର୍ଯ୍ୟାଳୟକୁ ଘେରାଓ କରି ଅଚଳ କରିବ ବୋଲି ଉପସ୍ଥିତ ଥିବା କଂଗ୍ରେସ ନେତୃବୃନ୍ଦ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.