
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ମହିଳା ମହାବିଦ୍ୟାଳୟର ଲେକ୍ଚର କଲୋନୀରୁ ଏକ ବିଷାକ୍ତ ଧୂଳିଆ ନାଗ ଉଦ୍ଧାର ହୋଇଥିବା ଜଣାପଡ଼ିଛି । ଗତକାଲି ବଲାଙ୍ଗିର ମହାବିଦ୍ୟାଳୟର ଲେକ୍ଚର କଲୋନୀର ଏକ ଘର ଭିତରକୁ ଏକ ଧୂଳିଆ ନାଗସାପ ପଶିଯାଇଥିବା ଖବର ପାଇ ସଙ୍ଗେ ସଙ୍ଗେ ସ୍ନେକ୍ ଷ୍ଟିକ୍ ଧରି ପହଞ୍ଚି ଯାଇଥିଲେ ଦେବରାଜ । ସେଠାରୁ ଏକ ବିଷାକ୍ତ ଧୂଳିଆ ନାଗ ଉଦ୍ଧାର କରି ଜଙ୍ଗଲରେ ଛାଡ଼ି ଦେଇଥିଲେ ।