ପେଲେସ ଲାଇନ୍ ସ୍ଥିତ ଆର୍ଯ୍ୟା ପେଲେସଠାରୁ ଗୁଖୁରା ନାଗ ସାପ ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ପେଲେସ ଲାଇନ୍ ସ୍ଥିତ ଆର୍ଯ୍ୟା ପେଲେସଠାରୁ ଏକ ୫ ଫୁଟ୍ ଲମ୍ବର ଗୁଖୁରା ନାଗ ସାପ ଉଦ୍ଧାର ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ ଆର୍ଯ୍ୟା ପେଲେସଠାରେ ଏକ ସାପକୁ ଦେଖି କାମ କରୁଥିବା କର୍ମଚାରୀ ଜଣକ ସାପ ଧରାଳି ଦେବରାଜଙ୍କୁ ଖବର ଦେଇଥିଲେ । ଖବର ପାଇ ଦେବରାଜ ସଙ୍ଗେ ସଙ୍ଗେ ଆର୍ଯ୍ୟା ପେଲେସକୁ ପହଞ୍ଚି ୫ ଫୁଟ୍ ଲମ୍ବର ଗୁଖୂରା ନାଗ ସାପକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦେଇଥିବା ସାପ ଧରାଳି ଦେବରାଜ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.