ଚିକିତ୍ସାର ଅଭିନବ ପ୍ରୟାସ : ବଲାଙ୍ଗିର କିମ୍ସ କୋଭିଡ୍‌ ହସପିଟାଲରେ ନାଚିଲେ ରୋଗୀଙ୍କ ସହ କୋଭିଡ୍‌ ଯୋଦ୍ଧା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର କିମ୍ସ କୋଭିଡ୍‌ ହସପିଟାଲରେ ଚିକିତ୍ସାର ଅଭିନବ ପ୍ରୟାସ କରାଯାଇଥିବା ନଜରକୁ ଆସିଛି । ଏହି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି । ରୋଗୀଙ୍କ ସହ ନାଚିଛନ୍ତି କୋଭିଡ୍‌ ଯୋଦ୍ଧା । କରୋନା ରୋଗୀଙ୍କ ମାନସିକ ଦୃଢତା ପାଇଁ ତଥା ଉଲ୍ଲାସ ପାଇଁ ଏହି ଉପାୟ ଅବଲମ୍ବନ କରାଯାଇଛି । ସବୁଠାରୁ ବଡ କଥା ଯେ, କରୋନା ଯୋଦ୍ଧାଙ୍କ ସହ ରୋଗୀମାନେ ବି ନାଚିବାର ଦୃଶ୍ୟ ଦେଖିବାକୁ ମିଳିଛି । ତେବେ କରୋନା ରୋଗରୁ ସୁସ୍ଥ ହେବା ପାଇଁ ଡାକ୍ତର ଓ ଅନ୍ୟ ମେଡିକାଲ କର୍ମଚାରୀଙ୍କ ଏହି ଡ୍ୟାନ୍ସ ଥେରାପି ରୋଗୀମାନଙ୍କୁ ସୁସ୍ଥତା ପ୍ରଦାନରେ ବିଶେଷ ସହାୟକ ହେବ ବୋଲି ସାଧାରଣରେ ବିଶ୍ୱାସ କରାଯାଇଛି ।

Leave A Reply

Your email address will not be published.